Image Courtesy of Kingdom FM
ଲଣ୍ଡନ: ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ଗାନ୍ଧୀଜୀ ପିନ୍ଧୁଥିବା ଏକ ସୁନା କଲେଇ କରା ଗୋଲାକାର ଚଷମା ଶୁକ୍ରବାର ଦିନ ୨୬୦ ହଜାର ପାଉଣ୍ଡ୍ରେ (ଭାରତୀୟ ମୁଦ୍ରାରେ ୨, ୫୫, ୦୦, ୪୬୩. ୮୮) ବିକ୍ରି ହେବାରୁ ଏହାର ମାଲିକ ଆଚମ୍ବିତ ହୋଇଯାଇଛନ୍ତି। ଏହାର ମୂଲ୍ୟ ବିଷୟରେ ହୃଦୟଙ୍ଗମ କରି ପାରି ନ ଥିବା ସେ ବ୍ୟକ୍ତିଜଣକ ତିନି ସପ୍ତାହ ତଳେ ଏହାକୁ ବ୍ରିଷ୍ଟଲ୍ର ଜଣେ ନିଲାମବାଲାକୁ ଗୋଟାଏ ଲଫାପାରେ ପୂରାଇ ଦେଇ ଆସିଥିଲେ।
ନିଲାମକାରୀ ଆଣ୍ଡି ଷ୍ଟୋ କହିଛନ୍ତି, ସେ ଏହି ଦୁର୍ଲଭ ସାମଗ୍ରୀଟିକୁ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଅନାମ ସଂଗ୍ରାହକ ଖରିଦ କରିଛନ୍ତି। ସେ ଆହୁରି କହିଛନ୍ତି କି, ନିଲାମ ନିମନ୍ତେ ଏହାର ପ୍ରାଥମିକ ମୂଲ୍ୟ ୧୫ ହଜାର ପାଉଣ୍ଡ୍ ଧାର୍ଯ୍ୟ କରାଯାଇଥିଲା।
ଶନିବାର ଦିନ ଷ୍ଟୋ କହିଛନ୍ତି, ଏହା ଏକ ବ୍ୟତିକ୍ରମର ଫଳ! ଚଷମାଟି ଅତି ଭଲ ଥିବା ଅବସ୍ଥାର ୫୦ ବର୍ଷ ଧରି ଗୋଟାଏ ଡ୍ରୟାର୍ରେ ପଡ଼ିଥିଲା। ଯଦି ‘ଭଲ ନାହିଁ’ ଚଷମାକୁ ଫିଙ୍ଗି ଦେବାକୁ ବିକ୍ରେତାଜଣକ ମତେ ସତରେ କହିଥିଲେ। ଏବେ ସେ ଜୀବନ ପରିବର୍ତ୍ତନକାରୀ ଅର୍ଥରାଶି ପ୍ରାପ୍ତ ହୋଇଛନ୍ତି।
Image Courtesy of Bristol Liveଏ ଭଳି ସୁସମ୍ବାଦ କଥା ଆମେ ସମସ୍ତେ ଆଶା କରନ୍ତି। ବୋଧହୁଏ ଆମର ଏଇ ବିକ୍ରେତା, ବୟୋବୃଦ୍ଧ ଭଦ୍ରଲୋକଜଣଙ୍କର ଗତ କେତେ ମାସ ହେବ ବେଳା ଭଲନାହିଁ। ଏ ସମୟରେ ଜୀବନ ପରିବର୍ତ୍ତନ କରିବାକୁ ସମର୍ଥ ହେବା ଗୋଟାଏ ଅବିଶ୍ବସନୀୟ କଥା ନିଶ୍ଚୟ। ଏହାର ମୂଲ୍ୟ ଉଲ୍ଲେଖନୀୟ, କିନ୍ତୁ ଏଇଟା ଖାଲି ଟଙ୍କା କଥା ନୁହେଁ। ବଡ଼ କଥା ହେଲା ସମଗ୍ର ବିଶ୍ବରୁ ଚଷମା ଲାଗି ଆଗ୍ରହ ପ୍ରକାଶ ପାଇଥିଲା ଏବଂ ଭାରତ, କତାର, ଆମେରିକା, ରୁଷ୍ ଓ କାନାଡା ଆଦି ଦେଶରୁ ନିଲାମ ଧରାଯାଇଥିଲା।
ଚଷମାଟି ପ୍ରାୟ ୧୦୦ ବର୍ଷ ହେବ ବିକ୍ରେତାଙ୍କ ପରିବାରରେ ଥିଲା। ୧୯୨୦ ରୁ ୧୯୩୦ ମସିହା ମଧ୍ୟରେ ତାଙ୍କ ଦାଦିଙ୍କୁ ଗାନ୍ଧୀଜୀ ଏ ଚଷମାଟିକୁ ଦେଇଥିଲେ। ଦାଦି ଦକ୍ଷିଣ ଆଫ୍ରିକାରେ ବ୍ରିଟିସ୍ ପେଟ୍ରୋଲିୟମ୍ରେ କାର୍ଯ୍ୟ କରୁଥିଲେ।
Follow Us