ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାକୁ ଯାଇ ଜଣେ ଯବାନ ସହିଦ୍

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାକୁ ଯାଇ ଜଣେ ଯବାନ ସହିଦ୍। ଜମ୍ମୁ ଓ କଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଘଟିଛି ଏହି ଘଟଣା। ଉରି ସେକ୍ଟରରେ ଥିବା ନିୟନ୍ତ୍ରଣ ରେଖା (ଏଲଓସି) ପାଖରେ ଭାରତୀୟ ସେନା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିବା ଜଣାଯାଇଛି।

t

ଶ୍ରୀନଗର: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାକୁ ଯାଇ ଜଣେ ଯବାନ ସହିଦ୍। ଜମ୍ମୁ ଓ କଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଘଟିଛି ଏହି ଘଟଣା। ଉରି ସେକ୍ଟରରେ ଥିବ‌ା ନିୟନ୍ତ୍ରଣ ରେଖା (ଏଲଓସି) ପାଖରେ ଭାରତୀୟ ସେନା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିବା ଜଣାଯାଇଛି। ଅନୁପ୍ରବେଶକାରୀଙ୍କୁ ଅଟକାଇବା ପାଇଁ ଆରମ୍ଭ ହୋଇଥିବା ଗୁଳିବିନିମୟରେ ଜଣେ ଭାରତୀୟ ଯବାନଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ତେବେ ଯବାନଙ୍କ ପରିଚୟ ନେଇ କୌଣସି ସୂଚନା ମିଳିପାରିନାହିଁ।

ବାରମୁଲ୍ଲା ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ 'ଅପରେସନାଲ୍ ଡ୍ୟୁଟି' ସମୟରେ ସୈନିକ ସିପାହୀ ବାନୋଥ୍ ଅନିଲ କୁମାରଙ୍କ ଦେହାନ୍ତ ହେବାର ଗୋଟିଏ ଦିନ ପରେ ଏହା ଘଟିଛି। ଯବାନ ଅନିଲ ସହିଦ୍ ହେବା ପରେ ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ପୋଷ୍ଟ କରି ଜଣାଇଥିଲେ ଯେ, "ବାରାମୁଲ୍ଲା ଜିଲ୍ଲାରେ ଥିବା ନିୟନ୍ତ୍ରଣ ରେଖାରେ 'ଅପରେସନାଲ୍ ଡ୍ୟୁଟି' କରୁଥିବା ସମୟରେ ସାହାସୀ ସିପାହୀ ବାନୋଥ୍ ଅନିଲ କୁମାର ସହିଦ୍ ହେବା ନେଇ ଚିନାର କର୍ପସ ଗଭୀର ଦୁଃଖ ପ୍ରକାଶ କରୁଛି। ତାଙ୍କର ବିଶାଳ ସାହସ ଏବଂ ବଳିଦାନକୁ ସଲାମ । ଗଭୀର ସମବେଦନା ପ୍ରକାଶ କରି ଶୋକସନ୍ତପ୍ତ ପରିବାର ସହିତ ଆମେ ଠିଆ ହୋଇଛୁ"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe