ପୋଷକତତ୍ତ୍ବ ବୃଦ୍ଧି ପାଇଁ ଯବାନମାନଙ୍କ ଭୋଜନରେ ସାମିଲ ହେବ ମାଣ୍ଡିଆ ଅଟା

ପୋଷକତତ୍ତ୍ବ ବୃଦ୍ଧି ପାଇଁ ଯବାନମାନଙ୍କ ଭୋଜନରେ ସାମିଲ ହେବ ମାଣ୍ଡିଆ ଅଟା

Image Courtesy of The Economic Times

ନୂଆଦିଲ୍ଲୀ: ପୋଷକତତ୍ତ୍ବ ବୃଦ୍ଧି ନିମନ୍ତେ ଭାରତୀୟ ସେନା ଯବାନମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଭୋଜନରେ ମାଣ୍ଡିଆ ଅଟା ସାମିଲ କରାଯିବ ବୋଲି ବୁଧବାର ଦିନ ଜାରି କରିଥିବା ବିବୃତିରେ ସେନା କହିଛି।

୨୦୨୩କୁ ଜାତିସଂଘ ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ବୋଲି ଘୋଷଣା କରିଥିବାରୁ ମାଣ୍ଡିଆ ଭକ୍ଷଣ ବୃଦ୍ଧି ନିମନ୍ତେ ଯବାନମାନଙ୍କ ଭୋଜନରେ ମାଣ୍ଡିଆ ଅଟା ସାମିଲ କରିବା ଲାଗି ଭାରତୀୟ ସେନା ନିଷ୍ପତ୍ତି ନେଇଛି। ଏହି ଉଲ୍ଲେଖନୀୟ ନିଷ୍ପତ୍ତି ଫଳରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ପୁଣି ଯବାନମାନଙ୍କୁ ଦେଶଜ ଓ ପାରମ୍ପରିକ ଦାନା ମିଳିବ। ୫୦ ବର୍ଷ ତଳେ ଯବାନମାନଙ୍କୁ ମିଳୁଥିବା ଭୋଜନରେ ମାଣ୍ଡିଆ ଅଟା ଥିଲା। କିନ୍ତୁ, ତାକୁ ବାଦ ଦେଇ ଗହମ ଅଟା ଦିଆଗଲା ବୋଲି ସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।

publive-image Image Courtesy of The Hans India

ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ ପ୍ରମାଣିତ ଏବଂ ଆମ ଭୌଗୋଳିକ ତଥା ଜଳବାୟୁକୁ ସୁହାଉଥିବା ପାରମ୍ପରିକ ମାଣ୍ଡିଆ ଭୋଜନ ଖାଦ୍ୟପାନୀୟ ଜନିତ ରୋଗ ନିରାକରଣ କରାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାଛଡ଼ା, ମାଣ୍ଡିଆ ଯବାନମାନଙ୍କ ଭୋଜନ ପରିତୃପ୍ତି ଓ ଆତ୍ମ-ବିଶ୍ବାସ ବୃଦ୍ଧିରେ ସହାୟକ ହେବ। ଏବେ ମାଣ୍ଡିଆ ଆମ ସବୁ ପାହ୍ୟାର ସୈନିକମାନଙ୍କ ଦୈନନ୍ଦିନ ଭୋଜନର ଅବିଚ୍ଛେଦ୍ୟ ଅଂଶ ହୋଇ ରହିବ ବୋଲି ମଧ୍ୟ ଉକ୍ତ ବିବୃତିରେ କୁହାଯାଇଛି।

ସେନାବାହିନୀର ଚାହିଦାକୁ ଚାହିଁ ବାଜରା, ଯଅ ଓ ମାଣ୍ଡିଆ ଆଦି ଶସ୍ୟରୁ ପ୍ରସ୍ତୁତ ଅଟା ଖରିଦ କରାଯିବ। ପୁଷ୍ଟିସାର, ଅଣୁପୋଷକତତ୍ତ୍ବ ଏବଂ ଫାଇଟୋ କେମିକାଲ୍‌ ଆଦି ଥିବାରୁ ଯବାନଙ୍କ ଭୋଜନରେ ଏହି ଅଟା ଯଥେଷ୍ଟ ପ‌ୋଷକତତ୍ତ୍ବ ଯୋଗାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe