ସୀମାନ୍ତରେ ସୈନିକମାନଙ୍କୁ ଦିଆଯିବ ନୂଆ ରାଇଫଲ୍‌ ଏବଂ ଲାଇଟ୍‌ ମେସିନ୍‌ ଗନ୍‌

ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଚୀନ୍‌ ଓ ପାକିସ୍ତାନ ସୀମାନ୍ତରେ ମୁତୟନ ହୋଇଥିବା ପଦାତିକ ବାହିନୀଙ୍କୁ ନୂଆ ଆସ୍‌ଲ୍ଟ ରାଇଫଲ୍‌, ଲଇଟ୍‌ ମେସିନ୍‌ ଗନ୍‌ ଏବଂ କ୍ଲୋଜ୍‌କ୍ୱାର୍ଟର୍‌ ବ୍ୟାଟ୍‌ଲ୍‌ କାର୍ବାଇନ୍‌ ଯୋଗାଇ ଦିଆଯିବ। ଟିକେ ବିଳମ୍ବରେ ହେଉ ପଛେ ଏଥିପାଇଁ ସରକାର ଏସବୁ କିଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ ୭୨, ୪୦୦ ଆସଲ୍‌ଟ୍‌ ରାଇଫଲ୍‌, ୯୩, ୮୯୫ ସିକ୍ୟୁବି କାର୍ବାଇନ୍‌ ଏବଂ ୧୬, ୪୭୯ ଲାଇଟ୍‌ ମେସିନ୍‌ ଗନ୍‌ କ୍ରୟ କରିବା ପାଇଁ ପ୍ରାରମ୍ଭିକ ଟେଣ୍ଡର୍‌ ପାଇଁ ନିର୍ବାଚିତ ବିଦେଶୀ ଅସ୍ତ୍ରଶସ୍ତ୍ର କମ୍ପାନିଗୁଡ଼ିକ ଠାରୁ ଶୁକ୍ରବାର ଦିନ ଟେଣ୍ଡର୍‌ ଆହ୍ଵାନ କରାଯାଇଛି। ଏ ସମସ୍ତ ଅସ୍ତ୍ରର ହାରାହାରି ମୂଲ୍ୟ ୫, ୩୬୬ କୋଟି ବୋଲି ଜଣାପଡ଼ିଛି।

publive-image

ଟେଣ୍ଡର୍‌ ଚୂଡ଼ାନ୍ତ ହେବାର ୩ ମାସରୁ ୧୨ ମାସ ମଧ୍ୟରେ ଅସ୍ତ୍ରଶସ୍ତ୍ର ଡେଲିଭରି ଆରମ୍ଭ ହେବ। କିନ୍ତୁ, ପୂର୍ବରୁ ନିର୍ମଳା ସୀତାରମଣଙ୍କ ନେତୃତ୍ୱାଧୀନ ଡିଫେନ୍‌ସ୍‌ ଆକ୍ୟୁଜିସନ୍‌ କାଉନ୍‌ସିଲ୍‌ ଜାନୁଆରି ୧୬ ଏବଂ ଫେବ୍ରୁଆରି ୧୩ ତାରିଖରେ ଅନୁମୋଦନ ପାଇବାକୁ ଥିବା ଟେଣ୍ଡର୍‌କୁ ଅନୁମୋଦନ କରିବାରେ ବିଳମ୍ବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe