ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିଲେ ସୁଲେମାନୀ: ଡୋନାଲ୍ଡ ଟ୍ରମ୍ପ୍

Advertisment
ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିଲେ ସୁଲେମାନୀ: ଡୋନାଲ୍ଡ ଟ୍ରମ୍ପ୍

(Photo | AFP)

ଲସ୍‌ ଆଞ୍ଜେଲ୍‌ସ: ଇରାନୀୟ ସେନାଧ୍ୟକ୍ଷ କ୍ବାସିମ ସୁଲେମାନୀଙ୍କ ହତ୍ୟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ସଂପର୍କରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଦିଲ୍ଳୀରେ ଆତଙ୍କବାଦୀ ଆକ୍ରମଣ କରିବାକୁ ସୁଲେମାନୀ ଷଡ଼ଯନ୍ତ୍ର କରୁଥିଲେ। ଶୁକ୍ରବାର ପାମ୍‌ ବିଚ୍‌ରେ ଥିବା ମାର-ଏ-ଲଗୋ ରିସୋର୍ଟରେ ଛୁଟି କଟାଉଥିବା ଟ୍ରମ୍ପ୍‌ ଆହୁରି ବି କହିଛନ୍ତି ଯେ ‘ସୁଲେମାନୀ ନିଜର ପାଶବିକ ଆନନ୍ଦ ପାଇଁ ନୀରିହ ଲୋକମାନଙ୍କୁ ହତ୍ୟା କରୁଥିଲେ। ତାଙ୍କ ଠାରୁ ବହୁ ଦୂରରେ ଅବସ୍ଥିତ  ନୂଆଦିଲ୍ଲୀ ଓ ଲଣ୍ଡନ ପରି ସ୍ଥାନରେ ମଧ୍ୟ ଆକ୍ରମଣ ଲାଗି ସେ ଆତଙ୍କବାଦୀ ଷଡଯନ୍ତ୍ର କରୁଥିଲେ।’

ଇରାନରେ ମିସାଇଲ୍‌ ଆକ୍ରମଣ ପ୍ରସଂଗ ଉଠାଇ ଟ୍ରମ୍ପ୍‌ କହିଛନ୍ତି କି, ‘ସୁଲେମାନୀ ଦ୍ବାରା ହତ୍ୟାର ଶିକାର ହୋଇଥିବା ପୀଡ଼ିତଙ୍କୁ ଉଚିତ ନ୍ୟାୟ ମିଳିଛି। ଆମ ପାଇଁ ଏହା ଆତ୍ମସନ୍ତୋଷର କଥା ଯେ ସୁଲେମାନୀର ଆତଙ୍କରାଜ ସବୁଦିନ ପାଇଁ ଶେଷ ହୋଇଯାଇଛି।’

publive-image Hindustan Times

ଯଦିଓ ସୁଲେମାନୀ ଭାରତର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ ତାହା ଟ୍ରମ୍ପ୍‌ ସ୍ପଷ୍ଟ କରିନାହାନ୍ତି, ତେବେ ୨୦୧୨ ମସିହାରେ ଭାରତରେ ଅବସ୍ଥାପିତ ଇସ୍ରାଏଲ୍‌ ଦୂତବାସର ସାମରିକ କୁଟନୀତିଜ୍ଞଙ୍କ ପତ୍ନୀଙ୍କ ଗାଡ଼ି ଉପରକୁ ଯେଉଁ ‌ବୋମା ମାଡ଼ ହୋଇଥିଲା ସେଥିରେ ସୁଲେମାନୀଙ୍କ ସଂପୃକ୍ତି ନେଇ ଟ୍ରମ୍ପ୍‌ ଇଙ୍ଗିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ,  ଇରାନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ଗତକାଲି ବାଗ୍‌ଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ନିହତ ହୋଇଛନ୍ତି। ଆମେରିକା ବାୟୁସେନା ସୁଲେମାନୀଙ୍କୁ ଟାର୍ଗେଟ୍‌ କରି ଡ୍ରୋନ୍‌ରୁ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ସୁଲେମାନୀଙ୍କ ସମେତ ଆଉ ୮ ଜଣ ନିହତ ହୋଇଥିବା ଜଣାପଡ଼ିଛି। ନିହତଙ୍କ ମଧ୍ୟରେ ଇରାକ୍‌ର ଉଗ୍ରବାଦୀ ସଂଗଠନ କତାଇବ୍‌ ହିଜ୍‌ବୁଲ୍ଲାର କମାଣ୍ଡର ଅବୁ ମେହଦି ଏବଂ ଇରାନ୍‌ ସେନାର ୩ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ପ୍ରାଣ ହରାଇଥିବା ଇରାକ୍‌ ସରକାର ସ୍ପଷ୍ଟ କରିଛନ୍ତି। ଏଭଳି ଅପ୍ରତ୍ୟାଶିତ ଆକ୍ରମଣ ସମଗ୍ର ମଧ୍ୟପ୍ରାଚ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସମଗ୍ର ବିଶ୍ବରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe