Image Courtesy of Firstpost
ନୂଆଦିଲ୍ଲୀ: ନେପାଳ, ଭୁଟାନ୍, ବାଂଲାଦେଶ ଏବଂ ଜିମ୍ବାେଓ୍ଵ ଆଦି ଦେଶରେ ଏବେ ମଧ୍ୟ ପ୍ରଚଳିତ ଉଲ୍ଲେଖଯୋଗ୍ୟ ସଂଖ୍ୟକ ଅଚଳ ଭାରତୀୟ ମୁଦ୍ରା ଉପରେ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ଗୁରୁବାର ଦିନ ଅର୍ଥମନ୍ତ୍ରାଳୟ ସଂସଦର ଫାଇନାସ୍ ଷ୍ଟାଣ୍ଡିଙ୍ଗ୍ କମିଟିକୁ ଜଣାଇଛି।
ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଗାର୍ଗ କମିଟିକୁ କହିଛନ୍ତି ଯେ କିଛି ପରିମାଣର ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଏପର୍ଯ୍ୟନ୍ତ ବଦଳ କରାଯାଇ ନାହିଁ। ଅଚଳ ଭାରତୀୟ ମୁଦ୍ରା ବ୍ୟବହାର କରୁଥିବା କେତେକ ପଡ଼ୋଶୀ ଦେଶ ଏ ମାମଲା ନୂଆଦିଲ୍ଲୀକୁ ଜଣାଇଛନ୍ତି।
କେତେ ପରିମାଣରେ ଉଚ୍ଚ ମୂଲ୍ୟର ନୋଟ୍ ବିଦେଶରେ ଅଛି ତାହା ଦର୍ଶାଇ ନ ଥିଲେ ମଧ୍ୟ ଭାରତୀୟମାନଙ୍କ ପାଇଁ ପୁରୁଣା ନୋଟ୍ ବଦଳ କରିବାକୁ କେନ୍ଦ୍ର ସରକାର ଆଉ ନୂତନ ଓ୍ଵିଂଣ୍ଡୋ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୯୯% ଅଚଳ ଭାରତୀୟ ମୁଦ୍ରା ବ୍ୟାଙ୍କ୍ମାନଙ୍କୁ ଫେରି ଆସିଥିବାରୁ ଭାରତୀୟ ବ୍ୟାଙ୍କ୍ କିଂବା ଆର୍ବିଆଇ ଆଉ ପୁରୁଣା ନୋଟ୍ ବଦଳ କରିବାର ଆଶା କ୍ଷୀଣ।
ନୋଟ୍ ବ୍ୟାନ୍ ଏବଂ ଡିଜିଟାଇଜେସନ୍ ଉପରେ ରିପୋର୍ଟ ପ୍ରସ୍ତୁତି କରୁଥିବା ବିଚାରକ କମିଟିକୁ ବିଦେଶରେ ରହି ଯାଇଥିବା ଅଚଳ ଟଙ୍କା ସଂକ୍ରାନ୍ତ ଆଲୋଚନା ଏକ କୌତୂହଳପ୍ରଦ ମୋଡ଼ ଦେଇଛି। କେତେଗୁଡ଼ିଏ ସରକାରୀ ବିଭାଗ ଏବଂ ଏଜେନ୍ସିଙ୍କ ଠାରୁ ଅତିରିକ୍ତ ସୂଚନା ମାଗିଥିବାରୁ ଏହି ରିପୋର୍ଟ ପ୍ରସ୍ତୁତି ପାଇଁ କମିଟି ଅଧିକ ସମୟ ନେବ ବୋଲି ଜଣାପଡ଼ିଛି।
Follow Us