ମାନବିକ ଅଧିକାର କ୍ଷେତ୍ରରେ କିଛି ଲୋକଙ୍କ ‘ଚୟନାତ୍ମକ ବ୍ୟବହାର’ ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ମାନବିକ ଅଧିକାର କ୍ଷେତ୍ରରେ କିଛି ଲୋକଙ୍କ ‘ଚୟନାତ୍ମକ ବ୍ୟବହାର’ ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ ମୋଦୀ

www.indiatoday.in

ନୂଆଦିଲ୍ଲୀ: ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। କୌଣସି ଦଳ ବା କୌଣସି ନେତାଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କିଛି ଲୋକଙ୍କୁ ଗୋଟିଏ ଘଟଣାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦେଖାଯାଏ। କିନ୍ତୁ ସେହି ଲୋକଙ୍କୁ ଅନ୍ୟ ଏକ ଘଟଣାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦେଖାଯାଏ ନାହିଁ। ଏଭଳି ‘ଚୟନାତ୍ମକ ବ୍ୟବହାର’ ଗଣତନ୍ତ୍ର ପାଇଁ ବିପଦ। ଏପରି ଲୋକମାନଙ୍କ ପ୍ରତି ସାବଧାନ ରୁହନ୍ତୁ।

NHRC Foundation Day:  Selective behaviour harmful to democracy says pm modi, know big points www.abplive.com

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯେଉଁ ସମୟରେ ବିଶ୍ୱଯୁଦ୍ଧର ହିଂସାରେ ସମଗ୍ର ବିଶ୍ୱ ଜଳୁଥିଲା, ସେତେବେଳେ ଭାରତ ସମଗ୍ର ବିଶ୍ୱକୁ ‘ଅଧିକାର ଏବଂ ଅହିଂସା’ର ମାର୍ଗରେ ଚାଲିବାକୁ ପରାମର୍ଶ ଦେଇଥିଲା। ଆମର ଗାନ୍ଧୀଜୀଙ୍କୁ କେବଳ ଦେଶ ନୁହେଁ ସମଗ୍ର ବିଶ୍ୱ ମାନବିକ ଅଧିକାର ଏବଂ ମାନବିକ ମୂଲ୍ୟବୋଧର ପ୍ରତୀକ ଭାବରେ ଦେଖେ।  ଶତାବ୍ଦୀ ଧରି ଆମେ ଆମର ଅଧିକାର ପାଇଁ ଲଢ଼ିଥିଲୁ। ଏକ ରାଷ୍ଟ୍ର ଭାବରେ, ଏକ ସମାଜ ଭାବରେ ଅନ୍ୟାୟ-ଅତ୍ୟାଚାରକୁ ପ୍ରତିରୋଧ କଲୁ। ଅନେକ ସଂଘର୍ଷ ପରେ ଆମେ ଆମର ଅଧିକାର ପ‌ାଇଛୁ। କିନ୍ତୁ କିଛି ଲୋକଙ୍କର ଚୟନାତ୍ମକ ବ୍ୟବହାର ମାନବିକ ଅଧିକାର ଅର୍ଥ ବଦଳାଇ ଦେଇଛି। ଏହା ପ୍ରତି ସାବଧାନ ହେବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe