ପାକିସ୍ତାନ ସୀମାରେ କିଛିି ତ ବଡ଼ ଘଟଣା ଘଟିଛି; ମୁଁ କିନ୍ତୁ କହିବାକୁ ଚାହୁନାହିଁ : ରାଜନାଥ ସିଂ

ପାକିସ୍ତାନ ସୀମାରେ କିଛିି ତ ବଡ଼ ଘଟଣା ଘଟିଛି; ମୁଁ କିନ୍ତୁ କହିବାକୁ ଚାହୁନାହିଁ : ରାଜନାଥ  ସିଂ

ନୂଆଦିଲ୍ଲୀ: ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ପ୍ରତି ଇଙ୍ଗିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି, ଯେ ଗତ ଦୁଇ ଦିନ ଭିତରେ ଏକ ବଡ଼ ଘଟଣା ଘଟିଥିବାର ସୂଚନା ରହିଛି। ଭାରତ-ପାକ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବିଏସ୍‌ଏଫ୍‌ ଯବାନଙ୍କ ହତ୍ୟା ସହିତ ଏହି ଘଟଣା ସଂପୃକ୍ତି ରହିଥିବା ସେ ଇଙ୍ଗିତ କରିଛନ୍ତି।

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଇଙ୍ଗିତ କରିଛନ୍ତି କି ପାକିସ୍ତାନୀ ସେନା ଦ୍ୱାରା ବିଏସ୍‌ଏଫ୍‌ ଯବାନଙ୍କ ନୃସଂଶ ହତ୍ୟାର ପ୍ରତିଶୋଧ ନେବା ଲାଗି ଭାରତୀୟ ସେନା ପକ୍ଷରୁ ବୋଧହୁଏ ସୀମାରେ ପାକସେନାକୁ ଟାର୍ଗେଟ କରାଯାଇଛି। ‘କିଛି ତ ଘଟିଛି, ମୁଁ ଏହା ଖୋଲି କହିବାକୁ ଚାହୁଁନାହିଁ। ଯାହା ବି ଘଟିଛି, ଭଲ ହୋଇଛି। ମତେ ବିଶ୍ୱାସ କରନ୍ତୁ, ଗତ ୨/୩ ଦିନ ଭିତରେ କିଛି ଗୋଟାଏ ବଡ଼ ଘଟଣା ଘଟିଛି। ଆପଣମାନେ ଭବିଷ୍ୟତରେ ଏହାର ପ୍ରଭାବ ଜାଣିପାରିବେ।’ ବିଏସ୍‌ଏଫ୍‌ ଯବାନଙ୍କ ହତ୍ୟା ପ୍ରସଙ୍ଗରେ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ସେ ଏକଥା ମଧ୍ୟ କରିଛନ୍ତି ଯେ ‘ମୁଁ ବିଏସ୍‌ଏଫ୍‌ ଯବାନଙ୍କୁ କହିଛି, ଆପଣମାନେ ପ୍ରଥମେ ଗୁଳି ଚଳାନ୍ତୁ ନାହିଁ। କାରଣ ସେମାନେ ଆମର ପଡ଼ୋଶୀ। ଯଦି ସେମାନେ ଗୋଟିଏ ବି ଗୁଳି ଚଳାଉଛନ୍ତି,ତେବେ ତା’ର ଉତ୍ତରରେ ଗୁଳି ଚଳାଇବା ବେଳେ ଗୁଳିର ସଂଖ୍ୟା ଗଣନ୍ତୁ ନାହିଁ।’ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ଆଜି ସମଗ୍ର ଦେଶରେ ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକର ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ କରାଯିବା ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ରାଜନାଥ ସିଂ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe