କୋଲକାତା : ଲୋକସଭାର ପୂର୍ବତନ ବାଚସ୍ପତି ତଥା ସିପିଆଇ(ଏମ୍)ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଦକ୍ଷିଣ କୋଲକାତାର ଏକ ନର୍ସିଂହୋମ୍ରେ ସେ ଭେଣ୍ଟିଲେଟରରେ ଅଛନ୍ତି। ନର୍ସିଂହୋମ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କର କିଡ୍ନିରେ ଗୁରୁତର ସମସ୍ୟା ରହିଛି। ତେଣୁ ତାଙ୍କର ଡାଏଲିସିସ୍ ଚାଲିଛି। ଚିକିତ୍ସକ ସୁକୁମାର ମୁଖାର୍ଜୀଙ୍କ ନେତୃତ୍ୱରେ ୫ ଜଣିଆ ଡାକ୍ତର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।
ଭେଣ୍ଟିଲେଟର୍ରେ ସୋମନାଥ ଚାଟାର୍ଜୀ
Advertisment
Follow Us