Image Courtesy of India Today
ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବାୟୁ’ ଲ୍ୟାଣ୍ଡ୍ଫଲ୍ କରିବାକୁ ଥିଲେ ବି ଆରବ ସାଗର ବେଳାଭୂମିରେ ଅବସ୍ଥିତ ଗୁଜରାଟର ବେରାବାଲରେ ଥିବା ସୋମନାଥ ମନ୍ଦିର ଆଜି ଖୋଲା ରହିଛି। ବାତ୍ୟା ପଥ ପରିବର୍ତ୍ତନ କରି ସାରିଥିଲେ ବି, ସେ ଅଞ୍ଚଳରେ ହାଇ ଆଲର୍ଟ ଜାରି ରହିଛି ଏବଂ ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ମନ୍ଦିର ପରିସରରେ ପ୍ରବଳ ବର୍ଷା ଏବଂ ପବନ ହେଉଥିଲେ ବି, ମନ୍ଦିର ଖୋଲା ଥିବାରୁ ଭକ୍ତମାନେ ଆସି ଦର୍ଶନ କରୁଛନ୍ତି। ସକାଳୁ ସକାଳୁ ସେଠାରୁ ଆସିଥିବା ଫଟୋ ଏବଂ ଭିଡିଓରେ ଦେଖାଯାଉଛି ମନ୍ଦିର ଅଞ୍ଚଳରେ ଥିବା ଚାଳିଘର ସବୁ ପବନରେ ଭାଙ୍ଗିରୁଜି ଯାଇଛି ଏବଂ ପ୍ରବଳ ବର୍ଷାକୁ ଖାତିର ନ କରି ଭକ୍ତମାନେ ମନ୍ଦିର ପରିସରକୁ ଆସୁଛନ୍ତି।
Image Source: India Todayସତର୍କ ସୂଚନା ସତ୍ତ୍ୱେ ମନ୍ଦିର କାହିଁକି ଖୋଲା ରହିଛି ବୋଲି ପଚରା ଯିବାରୁ ଗୁଜରାଟ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୂଡ଼ାସମା କହିଲେ, ମନ୍ଦିର ବନ୍ଦ କରାଯାଇ ପାରିବ ନାହିଁ। ଦର୍ଶନ କରିବାକୁ ଆସିବା ନିମନ୍ତେ ଆମେ ପର୍ଯ୍ୟଟକମାନଙ୍କୁ ମନା କରିଛୁ, କିନ୍ତୁ ବହୁ ବର୍ଷ ଧରି ମନ୍ଦିରରେ ଚାଲିଆସିଥିବା ଆରତି ବନ୍ଦ କରି ହେବ ନାହିଁ।
ସେ ଆହୁରି କହିଲେ କି, ଏଇଟା ପ୍ରାକୃତିକ ବିପର୍ଯ୍ୟୟ, ପ୍ରକୃତିହିଁ ଏହାକୁ ଟଳାଇ ପାରିବ, ପ୍ରକୃତିକୁ ବାଧା ଦେବାକୁ ଆମେ କିଏ?
ରାତି ମଧ୍ୟରେ ଗତିପଥ ବଦଳାଇ ସାରିଥିବା ବାତ୍ୟା ବାୟୁ ଘଣ୍ଟାପ୍ରତି ୧୩୫ ରୁ ୧୪୫ କିଲୋମିଟର ବେଗରେ ଗୁଜରାଟର ସୌରାଷ୍ଟ୍ର ଉପକୂଳ ପାର୍ଶ୍ୱ ଦେଇ ଯାଉଛି।
Follow Us