ବିଳାସପୂର୍ଣ୍ଣ ହୋଟେଲରେ ରହି ବିଲ ନ ଦେଇ ଫେରାର ହୋଇଯାଉଥିବା ବାପା-ପୁଅ ଗିରଫ

Advertisment
ବିଳାସପୂର୍ଣ୍ଣ ହୋଟେଲରେ ରହି ବିଲ ନ ଦେଇ ଫେରାର ହୋଇଯାଉଥିବା ବାପା-ପୁଅ ଗିରଫ

photo-live hindustan

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପିତା-ପୁଅଙ୍କ ଯୋଡିକୁ ଗିରଫ କରିଛି ଯେଉଁମାନେ ବିଳାସପୂର୍ଣ୍ଣ ହୋଟେଲରେ ରହି ବିଲ ନ ଦେଇ ଫେରାର ହୋଇଯାଉଥିଲେ | ଏମାନେ ନିଜକୁ ବ୍ୟବସାୟୀ ଭାବରେ ପରିଚୟ ଦେଇ ରହୁଥିଲେ ଓ ପରେ ବିଲ ପଇଠ ନ କରି ଫେରାର ହୋଇଯାଉଥିଲେ | ପଞ୍ଜାବରୁ ଆସିଥିବା ପିତା-ପୁତ୍ର ଯୋଡି କମଲଜିତ ସିଂ (ପିତା) ଏବଂ ନବଦୀପ ସିଂ (ପୁଅ)ଙ୍କ ନାମରେ ଆଇଜି ବିମାନବନ୍ଦର ପୁଲିସ ଷ୍ଟେସନରେ ଠକେଇ ମାମଲା ରୁଜୁ ହୋଇଥିଲା। ସୂଚନାନୁସାରେ, ବିମାନବନ୍ଦର ପାଖରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିବା ପରେ ୩ ଲକ୍ଷ ଟଙ୍କା ବିଲ୍ ନ ଦେଇ ଏ ଦୁହେଁ ପଳାଇ ଯାଇଥିଲେ |

ବାପା ଓ ପୁଅଙ୍କୁ ସୋମବାର ଦିନ ଦିଲ୍ଲୀର ଆଇଜି ବିମାନବନ୍ଦର ପୁଲିସ ଗିରଫ କରିଛି। ଡେପୁଟି କମିଶନର ପୁଲିସ, ସଞ୍ଜୟ ତ୍ୟାଗୀ କହିଛନ୍ତି ଯେ ହୋଟେଲର ଫ୍ରଣ୍ଟ ଅଫିସ ମ୍ୟାନେଜର ସନ୍ନି ପରାଶର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଜଲନ୍ଦରର ନବଦୀପ ସିଂ ଅଗଷ୍ଟ ୧୧ ରେ ହୋଟେଲକୁ ଆସିଥିଲେ। ପରେ ତାଙ୍କ ମା ଏବଂ ପିତା କମଲଜିତ ସିଂ ମଧ୍ୟ ସେଠାରେ ରହିବାକୁ ଆସିଥିଲେ। ଅଭିଯୁକ୍ତମାନେ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହୋଟେଲରେ ରହିଥିଲେ।

ଏହି ତିନିଜଣ ସମସ୍ତ ସୁବିଧା ବ୍ୟବହାର କରିଥିଲେ, ଯେଉଁଥିପାଇଁ ସେମାନଙ୍କର ବିଲ୍ ୩ ଲକ୍ଷ ୪୧ ହଜାର ୦୫୪ ଟଙ୍କା ହୋଇଥିଲା | ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଅଭିଯୁକ୍ତମାନେ ମାତ୍ର ୬୦,୦୦୦ ଟଙ୍କା ପ୍ରଦାନ କରିଥିଲେ। ସେପ୍ଟେମ୍ବର ୪ ଏହି ତିନି ଜଣ ବିଲ ପଇଠ ନ କରି ଫେରାର ହୋଇଯାଇଥିଲେ | ଏହା ପରେ ହୋଟେଲ କର୍ତୃପକ୍ଷ ସେମାନଙ୍କ ନାମରେ ଅଭିଯୋଗ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe