କରୋନା ଆକ୍ରାନ୍ତ ହୋଇ ବାପାଙ୍କ ଦେହାନ୍ତ ହେବା ପରେ ପୁଅକୁ ଶେଷ ଦର୍ଶନ ପାଇଁ ୫୧,୦୦୦ଟଙ୍କା ମାଗିଲା ଡାକ୍ତରଖାନା

Advertisment
କରୋନା ଆକ୍ରାନ୍ତ ହୋଇ ବାପାଙ୍କ ଦେହାନ୍ତ ହେବା ପରେ ପୁଅକୁ ଶେଷ ଦର୍ଶନ ପାଇଁ ୫୧,୦୦୦ଟଙ୍କା ମାଗିଲା ଡାକ୍ତରଖାନା

indiatoday

କୋଲକାତା: କରୋନା ଆକ୍ରାନ୍ତ ହୋଇ ବୃଦ୍ଧ ମୃତ୍ୟୁବରଣ କରିବା ପରେ ଶେଷ ଦର୍ଶନ ପାଇଁ ପରିବାରକୁ ଡାକ୍ତରଖାନା ପକ୍ଷରୁ ୫୧,୦୦୦ଟଙ୍କା ମଗାଯିବା ଘଟଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଶନିବାର ମଧ୍ୟରାତ୍ରିରେ ମୃତ୍ୟୁବରଣ କରିଥିବା ହରି ଗୁପ୍ତାଙ୍କ ପୁଅ ସାଗର ଗୁପ୍ତା ଏହି ଘଟଣାର ବିରୋଧ କରି ପୁଲିସରେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି। ତାଙ୍କ ଅନୁଯାୟୀ ଘରୋଇ ଡାକ୍ତରଖାନା ବାପାଙ୍କ ମୃତ୍ୟୁ ସମ୍ପର୍କରେ ଆମକୁ ଜଣାଇ ନଥିଲା। ଶନିବାର ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମକୁ ରବିବାର ଅପରାହ୍ନରେ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା। ରାତିରେ କାହିଁକି ଜଣାଇଲ ନାହିଁ ବୋଲି ପଚାରିବା ପରେ ଆମକୁ ଯୋଗାଯୋଗ କରିବା ପାଇଁ ସେମାନଙ୍କ ପାଖରେ ଆମ ନମ୍ବର ନଥିବା କହିଥିଲେ।

ଖବର ପାଇ ଆମେ ଡାକ୍ତରଖାନାରେ ପହଞ୍ଚିବା ପରେ ଶବକୁ ଶବଦାହ ପାଇଁ ପଠାଯାଇଥିବା ବିଷୟରେ ଆମକୁ ସୂଚନା ଦିଆଯାଇଥିଲା। ଆମେ ଶିବପୁର ଶବଦାହ ସ୍ଥଳରେ ପହଞ୍ଚିବା ପରେ ଆମକୁ ମୃତଦେହ ଦେଖିବା ପାଇଁ ୫୧,୦୦୦ ଟଙ୍କା ମଗାଯାଇଥିଲା। ପରେ ଏ ନେଇ ଆମେ ବିରୋଧ କରିବାରୁ ସେମାନେ ୩୧,୦୦୦ଟଙ୍କା ଦେବାକୁ କହିଥିଲେ, କିନ୍ତୁ ଆମେ ଦେବାକୁ ରାଜି ହୋଇନଥିଲୁ। ପୁଲିସକୁ ଘଟଣା ବିଷୟରେ ଜଣାଇବା ପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ସତ, ହେଲେ ଶବଦାହ କରୁଥିବା ଡାକ୍ତରଖାନା କର୍ମଚାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହେବା ପାଇଁ ପୁଲିସକୁ କହିଥିଲେ।

Coronavirus Updates: How the Coronavirus numbers changed so ... The Economic Times

ଘଟଣା ସମୟର ଭିଡିଓ ଉତ୍ତୋଳନ କରିବାକୁ ଚାହିବାରୁ ଆମ ଫୋନ ଛଡ଼ାଇ ନିଆଯାଇଥିଲା। ଶେଷରେ ଆମେ ବାପାଙ୍କ ଶେଷ ଦର୍ଶନ ନକରି ଘରକୁ ଫେରିଥିଲୁ। ଏହି ଘଟଣା ପରେ ଆମେ ପୁଲିସରେ ଡାକ୍ତରଖାନା ବିରୋଧରେ ଅଭିଯୋଗ କରିବୁ ବୋଲି କହିଛନ୍ତି ସାଗର ଗୁପ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe