ମା’ର ଅଳଙ୍କାର ଦିଅ, ନହେଲେ... ଏଭଳି କହି ଚିତା ଉପରେ ଶୋଇପଡ଼ିଲା ପୁଅ

asghgh

ଜୟପୁର: ମା’ର ଅଳଙ୍କାର ଦିଅ, ନହେଲେ... ଏଭଳି କହି ଚିତା ଉପରେ ଶୋଇପଡ଼ିଲା ପୁଅ। ରାଜସ୍ଥାନର କୋଟପୁଟଲି-ବେହରୋରା ଜିଲ୍ଲାରେ ଘଟିଛି ଏଭଳି ଘଟଣା। ମେ’ ୩ତାରିଖରେ ଲୀଲା କା ବସ କୀ ଧନୀ ଗାଁରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ତାହା ସାମ୍ନାକୁ ଆସିଛି। ଭିଡିଓରେ, ବ୍ୟକ୍ତି ଜଣକ ଶବଦାହ ଚିତାରେ ଶୋଇଥିବା ଏବଂ ମୋତେ ମା’ର ଅଳଙ୍କାର ହସ୍ତାନ୍ତର କର ବୋଲି ଦାବି କରୁଥିବାର ଦେଖାଯାଇଛି।

ଗ୍ରାମବାସୀଙ୍କ ଅନୁଯାୟୀ, ସ୍ୱର୍ଗତଃ ଚିତ୍ରମଲ ରେଗାରଙ୍କ ପତ୍ନୀ ଭୁରି ଦେବୀଙ୍କ ମୃତ୍ୟୁ ମେ’ ୩ ତାରିଖରେ ହୋଇଥିଲା। ତାଙ୍କର ୭ପୁଅ ମଧ୍ୟରୁ ୬ଜଣ ଗାଁରେ ଏକାଠି ରହୁଥିବା ବେଳେ ପଞ୍ଚମ ପୁଅ ଓମପ୍ରକାଶ ଅଲଗା ରୁହନ୍ତି। ପରମ୍ପରା ଅନୁଯାୟୀ, ଘରେ କିଛି ରୀତିନୀତି କରାଯାଇଥିଲା ଏବଂ ତା’ପରେ ଭୁରି ଦେବୀଙ୍କ ମର ଶରୀରରୁ ଅଳଙ୍କାର ଏବଂ ରୂପା ଚୁଡ଼ି କଢ଼ାଯାଇ ତାଙ୍କୁ ଶେଷକୃତ୍ୟ ପାଇଁ ନିକଟସ୍ଥ ଶ୍ମଶାନକୁ ନିଆଯାଇଥିଲେ। ଅଳଙ୍କାରଗୁଡ଼ିକ ବଡ଼ ପୁଅ ଗିରଧାରୀଙ୍କୁ ହସ୍ତାନ୍ତର କରାଯାଇଥିବା ଜାଣି ଶବଦାହ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ, ଓମପ୍ରକାଶ ସେଠାରେ ପହଞ୍ଚିଥିଲେ। ଏହା ପରେ ମା’ର ଅଳଙ୍କାର ମୋତେ ଦିଅ ବୋଲି ଦାବି କରିଥିଲେ। ଗିରଧାରୀ ଓ ଅନ୍ୟ ଭାଇମାନେ ଦେବାକୁ ମନା କରିବାରୁ ସେ ମା’ର ଚିତା ଉପରେ ଶୋଇପଡ଼ିଥିଲେ। ୨ଘଣ୍ଟା କାଳ ଏହା ଉପରେ ବିତର୍କ ଚାଲିବା ପରେ ଶେ‌ଷ‌ରେ ଓମପ୍ରକାଶଙ୍କୁ ସବୁ ଅଳଙ୍କାର ଦିଆଯାଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe