ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଉନପୁରରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେବ। ଜନ୍ମରୁ ପାଳିପୋଷି ବଡ଼ କରିଥିବା ମା’କୁ ପୁଅ କିଭଳି ପରିଣତ ବୟସରେ ଅଣଦେଖା କରେ ଏବଂ ଜରାଶ୍ରମରେ ଛାଡ଼ିଦେଇ ନିଜ ଦାୟିତ୍ବ ଶେଷ କରିଦିଏ ତାର ଏକ ନିଚ୍ଛକ ପ୍ରମାଣ ହେଉଛି ଏହି ଘଟଣା। ନିଜ ଜନ୍ମଦାତ୍ରୀ ମା’ଙ୍କର ଜରାଶ୍ରମରେ ମୃତ୍ୟୁ ହୋଇଥିଲେ ବି ପୁଅ ମା’ର ମରଶରୀରକୁ ୪ ଦିନ ଫ୍ରିଜରରେ ରଖିବାକୁ କହି ଘରେ ବିବାହ ଉତ୍ସବ ମନାଇଛି।
ଏହି ହତଭାଗିନୀ ମା’ ହେଉଛନ୍ତି ଶୋଭା ଦେବୀ। ତାଙ୍କ ଘର ଗୋରଖପୁରରେ। ଭୁଆଲ ଗୁପ୍ତାଙ୍କୁ ସେ ବିବାହ କରିଥିଲେ। ଭୁଆଲ ଗ୍ରୋସରି ବ୍ୟବସାୟ କରୁଥିଲେ। ସେମାନଙ୍କର ୩ ପୁଅ ଏବଂ ୩ ଝିଅ। ସମସ୍ତେ ବିବାହ କରିଛନ୍ତି। ଭୁଆଲଙ୍କ ଅନୁଯାୟୀ ବର୍ଷକ ପୂର୍ବେ ପରିବାରରେ ଏକ ବିବାଦ ହେବାରୁ ବଡ଼ ପୁଅ ତାଙ୍କୁ ଘରୁ ବାହାର କରିଦେଲା। ଭୁଆଲ୍ ଏହି ଘଟଣାରେ ଭାଙ୍ଗି ପଡ଼ି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେ ନିଜ ମନକୁ ବୁଝାଇ ପରିଶେଷରେ ସେ ନିଜ ପତ୍ନୀଙ୍କୁ ନେଇ ଅଯୋଧ୍ୟା ଯାଇଥିଲେ। ସେଠାରେ କିଛି ବ୍ୟବସ୍ଥା ହୋଇଯିବ ବୋଲି ଭାବିଥିଲେ, କିନ୍ତୁ କିଛି ହେଲାନାହିଁ। ଏହାପରେ ସେ ମଥୁରା ଗଲେ। ମଥୁରାରେ ଲୋକମାନେ ତାଙ୍କୁ ଜଉନପୁରର ଏକ ବୃଦ୍ଧାଶ୍ରମ ଠିକଣା ଦେଇଥିଲେ। ଏହି ବୃଦ୍ଧାଶ୍ରମ ମାଲିକ ରବି କୁମାର ଚୌବେ ଉକ୍ତ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ଆଶ୍ରମରେ ସ୍ଥାନ ଦେଇଥିଲେ। ଚୌବେ କହିଛନ୍ତି, ଶୋଭା ଦେବୀ ଗତ କିଛି ମାସ ତଳେ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା। ନଭେମ୍ବର ୧୯ ତାରିଖରେ ଶୋଭାଦେବୀଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଗଲା।
Actress's crime caught on CCTV: ଧକ୍କା ଦେଇ ଖସି ପଳାଇଥିଲେ, ସିସିଟିଭି ଧରା ପକାଇ ଦେଲା ଅଭିନେତ୍ରୀଙ୍କ ଅପରାଧ
Murder: ମାଆଙ୍କ ପୀଠରେ ରନ୍ଧା ଭୋଗ ପରେ ହତ୍ୟାକାଣ୍ଡ, ତିନି ଜଣ ଅଟକ
ଭୁଆଲ୍ ସାନ ପୁଅକୁ ଫୋନ୍ କରି ଏହି କଥା ଜଣାଇଥିଲେ। ସାନ ପୁଅ ତା’ ପରେ ବଡ଼ ପୁଅ ସହ କଥା ହୋଇଥିଲା ଏବଂ ବାପାକୁ କଲ୍ କରି କହିଥିଲା ଯେ ମା’ର ଶରୀରକୁ ୪ ଦିନ ଡିପ୍ ଫ୍ରିଜର୍ରେ ରଖିଦିଅ। ବଡ଼ ପୁଅର ପୁଅ ବାହାଘର ଥିବାରୁ ଘରକୁ ମା’ର ମରଶରୀର ଆସିଲେ ସବୁକାମ ଅପବ୍ରିତ ହୋଇଯିବ। ତେଣୁ ମା’ ମର ଶରୀରକୁ ବାହାରେ ଡିପ୍ ଫ୍ରିଜରରେ ରଖି ପୁଅ ନିଜ ପୁଅ ବାହାଘର କଲା। ୪ ଦିନ ପରେ ଶେଷରେ ଜରାଶ୍ରମ ପକ୍ଷରୁ ଶୋଭା ଦେବୀଙ୍କ ମର ଶରୀରକୁ ଜଉନପୁରରୁ ଗୋରଖପୁରକୁ ପଠାଯାଇଥିଲା। ଭୁଆଲ୍ କହିଛନ୍ତି, ତାଙ୍କ ସାନ ପୁଅ ତାଙ୍କ ସହ ଯୋଗାଯୋଗ ରଖନ୍ତି ଏବଂ ତାଙ୍କ ଖବର ବୁଝନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/25/fshfshhffhs-2025-11-25-01-16-25.jpg)