ଚାରି ବର୍ଷୀୟା ଭଉଣୀକୁ ଗୁଳି କଲା ସାନ

Advertisment
ଚାରି ବର୍ଷୀୟା ଭଉଣୀକୁ ଗୁଳି କଲା ସାନ

India Today

ୱାସିଂଟନ: ଟେକ୍ସାସର ହ୍ୟୁଷ୍ଟନ୍‌ରେ ରବିବାର ଜଣେ ୩ ବର୍ଷର ଶିଶୁ ନିଜର ୪ ବର୍ଷୀୟା ଭଉଣୀକୁ ଗୁଳି କରି ହତ୍ୟା କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇ ପିଲା ଏକ ଆପାର୍ଟମେଣ୍ଟ ଭିତରେ ପାଞ୍ଚଜଣ ପରିବାର ସଦସ୍ୟଙ୍କ ସହ ଥିଲେ। ବୟସ୍କମାନେ ଟିଭି ଦେଖୁଥିବାବେଳେ ପିଲା ଦୁଇଜଣ ଖେଳୁଥିଲେ। ନିକଟରେ ଥିବା ସେମି ଅଟୋମେଟିକ୍ ପିସ୍ତଲ ଆଣି ସାନ ପିଲାଟି ଫୁଟାଇଥିଲା। ଗୁଳି ବଡ଼ ପିଲାଟି ଦେହରେ ବାଜିଥିଲା। ବନ୍ଧୁକ ଶବ୍ଦ ଶୁଣି ପରିବାର ଲୋକେ ଦଉଡ଼ିଯାଇ ଏହି ଘଟଣା ଦେଖି ଚକିତ ହୋଇ ଯାଇଥିଲେ। ସେମାନେ ତୁରନ୍ତ ପିଲାଟିକୁ ଡାକ୍ତରଖାନା ନେଇଥିଲେ। ବାଟରେ ତାର ମୃତ୍ୟୁ ହୋଇଥିଲା। ପିତାମାତାଙ୍କ ଅସାବଧାନତା ହେତୁ ଛୋଟ ପିଲାଟିର ମୃତ୍ୟୁ ହେଲା ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe