ସୋନଭଦ୍ର ଗଣହତ୍ୟା: ପୀଡ଼ିତଙ୍କୁ ଭେଟିଲେ ଯୋଗୀ, ପ୍ରତି ପରିବାରକୁ ଦେଲେ୧୮.୫ ଲକ୍ଷ ଟଙ୍କା

Advertisment

ସୋନଭଦ୍ର: ଉତ୍ତର ପ୍ରଦେଶର ସୋନଭଦ୍ର ନରସଂହାର ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋନଭଦ୍ର ଗସ୍ତ କରି ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ଯୋଗୀ ୧୮.୫ ଲକ୍ଷ ଟଙ୍କାର ଚେକ୍‌ ବାଣ୍ଟିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ପୂର୍ବରୁ ଘୋଷଣା ହୋଇଥିବା ବେଳେ ଆଜି ସରକାର ସହାୟତା ରାଶି ବଢ଼ାଇ ଏହାକୁ ୧୮.୫ ଲକ୍ଷ କରିଥିଲେ। ଏହା ସହିତ ପ୍ରତ୍ୟେକ ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରାଯାଇଛି । ୧୭ ଜୁଲା‌ଇରେ ସୋନଭଦ୍ରର ଉମ୍ଭା ଗ୍ରାମରେ ଶତାଧିକ ଲୋକ ଟ୍ରକ୍‌ ଓ ଟ୍ରାକ୍ଟରରେ ଯାଇ ଜମି ଜବରଦଖଲ କରିବାକୁ ପହଞ୍ଚିଥିଲେ। ସେମାନଙ୍କୁ ଗ୍ରାମବାସୀ ବିରୋଧ କରିବାରୁ ସେମାନେ ଗୁଳି କରି ୧୦ ଜଣଙ୍କୁ ମାରି ଦେଇଥିଲେ। ଆଜି ଯୋଗୀ ପୀଡ଼ିତ ପରିବାର ସଦସ୍ୟଙ୍କୁ ଭେଟିବା ପରେ କହିଛନ୍ତି ଯେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଶସ୍ତା ରାଜନୀତି କରୁଛନ୍ତି। ଏହି ମାମଲାରେ ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୨୯ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ବ୍ୟବହାର କରିଥିବା ଯାନ ବାହନ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe