ବଲିଉଡ୍ ନାୟିକା ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର ; ଇନଷ୍ଟାଗ୍ରାମ ଜରିଆରେ ଜଣାଇଲେ ଏହି ଦୁଃଖଦ ଖବର

Advertisment

ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି

ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି

ବଲିଉଡ୍ ନାୟିକା ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର ; ଇନଷ୍ଟାଗ୍ରାମ ଜରିଆରେ ଜଣାଇଲେ ଏହି ଦୁଃଖଦ ଖବର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ହୋଇଛି କ୍ୟାନସର ରୋଗ। ଏ କଥା ନିଜେ ସୋନାଲୀ ବେନ୍ଦ୍ରେ ଆଜି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି। ଏପରି ଏକ ଖବର ପ୍ରଚାରିତ ହେବା ପରେ ସୋନାଲି ବେନ୍ଦ୍ରେଙ୍କ ଫ୍ୟାନମାନଙ୍କ ସହିତ ସମଗ୍ର ବଲିଉଡ୍‌ ସ୍ତବ୍ଧ ହେଇ ଯାଇଛି। ସମସ୍ତଙ୍କ ମଧ୍ୟରେ ବେଶ୍ ନୈରାଶ୍ୟ ଖେଳି ଯାଇଛିି।

ବହୁ ହିନ୍ଦୀ ଚଳଚିତ୍ରର ସଫଳ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଦୁଃଖଦ ଖବର ଦେଇଛନ୍ତି। ସୋନାଲୀ ଲେଖିଛନ୍ତି ଯେ ତାଙ୍କୁ କର୍କଟ ରୋଗ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାଯାଇଛି। ସେ ଏବେ ଆମେରିକାର ନ୍ୟୁୟର୍କରେ ଏହି ରୋଗ ପାଇଁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି। ଶରୀରରେ କ୍ୟାନସର ରୋଗ ଥିବା ସତ୍ତ୍ୱେ ସୋନାଲୀ ବେଶ ଦୃଢ଼ତା ଦେଖାଇଛନ୍ତି। ଅତୁଳନୀୟ .ଧୈର୍ଯ୍ୟ ଓ ସାହସ ଦେଖାଇ ସୋନାଲି କହିଛନ୍ତି  ଯେ ସେ ଏବେ ଅନ୍ୟ ଏକ ପ୍ରକାର ଯୁଦ୍ଧ ଲଢ଼ୁଛନ୍ତି। ଏଥିରେ ତାଙ୍କ ପରିବାର ଓ ଶୁଭେଛୁମାନେ ତାଙ୍କ ପଛରେ ଅଛନ୍ତି ବୋଲି ସୋନାଲୀ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe