ସୋନାଲି ଫୋଗଟ ମୃତ୍ୟୁ ମାମଲା: ଗୋଆ ହୋଟେଲରେ ସିବିଆଇ ଟିମ୍‌ର ତଦନ୍ତ

Advertisment
ସୋନାଲି ଫୋଗଟ ମୃତ୍ୟୁ ମାମଲା: ଗୋଆ ହୋଟେଲରେ ସିବିଆଇ ଟିମ୍‌ର ତଦନ୍ତ

ନୂଆଦିଲ୍ଲୀ : ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ଗୋଆ ହୋଟେଲରେ ଛାନଭିନ କରିଛି । ସୋନାଲି ଫୋଗଟ ତାଙ୍କ ୨ ସହଯୋଗୀଙ୍କ ସହ ଗୋଆର ଅଞ୍ଜୁନାରେ ଥିବା ଗ୍ରାଣ୍ଡ ଲିଓନି ହୋଟେଲ୍‌ରେ ରହିଥିଲେ। ଏହି ହୋଟେଲ୍‌ରେ ଆଜି ସିବିଆଇ ଟିମ୍‌ ଫରେନ୍ସିକ ଟିମ୍‌ ସହ ପହଞ୍ଚିଛନ୍ତି। ହୋଟେଲର କିଛି କର୍ମଚାରୀଙ୍କୁ ଆଜି ସିବିଆଇ ଟିମ୍‌ ଜେରା କରିଛନ୍ତି। ପୂର୍ବରୁ ଉକ୍ତ ମାମଲାର ତଦନ୍ତ କରୁଥିବା ଗୋଆ ପୁଲିସ ହୋଟେଲର ରୁମ୍‌ଗୁଡ଼ିକୁ ସିଲ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe