Republic World
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବିପୁଳ ଭୋଟରେ ବିଜୟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ। ମୋଦୀ କେଜ୍ରିଓ୍ଵାଲ୍ଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ‘ଦିଲ୍ଲୀବାସୀ ତାଙ୍କୁ ଯେଉଁ ଆଶା ରଖି ବିଜୟୀ କରିଛନ୍ତି ସେ ସେମାନଙ୍କ ସେସବୁ ଆଶାକୁ ନିଶ୍ଚୟ ପୂରା କରିବେ।’
ଏହାପରେ ଅରବିନ୍ଦ କେଜ୍ରିଓ୍ଵାଲ୍ ବି ମୋଦୀଙ୍କ ଏହି ଟୁଇଟର ଉତ୍ତର ଦେଇ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ, ‘ଆମର ରାଜଧାନୀ ସହରକୁ ବିଶ୍ବ ଶ୍ରେଣୀୟ ସହରରେ ପରିଣତ କରିବାରରେ କେନ୍ଦ୍ର ସହିତ ମିଶି କାମ କରିବାର ଆଶା ରଖିଛି।’
ଏହି ଟୁଇଟ ପରେ ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର ଟୁଇଟରେ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ନେଇ ଦେଇଥିବା ପ୍ରତିଶ୍ରୁତିକୁ ସେ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କୁ ମନେ ପକାଇ ଦେଇଛନ୍ତି। ସୋନମ କେଜ୍ରିଓ୍ଵାଲ୍ଙ୍କୁ କରିଥିବା ଏହି ଟୁଇଟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି। ସୋନମ୍ଙ୍କ ଏହି ଟୁଇଟକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
Oneindia Hindi୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍’ ୬୨ଟି ଆସନରେ ବିଜୟୀ ହୋଇଥିଲା। ଏହି ଆସନଗୁଡ଼ିକରରେ ‘ଆପ୍’କୁ ୫୩. ୫୭% ଭୋଟ୍ ମିଳିଥିବା ବେଳେ ବାକି ୮ଟି ଆସନରେ ୩୮. ୫୧% ଭୋଟ୍ ପାଇ ବିଜେପି ବିଜୟ ହୋଇଥିଲା। ୪. ୨୬% ଭୋଟ୍ ପାଇଥିବା କଂଗ୍ରେସ ଏଥିରେ କୌଣସି ଆସନ ପାଇ ନାହିଁ। ଏହି ବିଜୟ ପାଇବା ପରେ ଅରବିନ୍ଦ କେଜ୍ରିଓ୍ଵାଲ କହିଥିଲେ, ‘ଏହା ଦିଲ୍ଲୀର ବିଜୟ ନୁହେଁ, ଭାରତ ମାତାର ବିଜୟ। ପୂରା ଦେଶର ବିଜୟ।’
Follow Us