ଲଦାଖ ହିଂସା ପରେ ଗିରଫ ହେଲେ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍‌

ଗିରଫ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍। ଲଦାଖରେ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଦିନ ଲେହ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଲଦାଖରେ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ରୁ ଅଧିକ ଆହତ ହୋଇଥିଲେ।

New Project (12)

ନୂଆଦିଲ୍ଲୀ: ଗିରଫ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍। ଲଦାଖରେ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଦିନ ଲେହ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଲଦାଖରେ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ରୁ ଅଧିକ ଆହତ ହୋଇଥିଲେ। ଲେହ ଆପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ ସହିତ ୱାଙ୍ଗଚୁକ୍ ପ୍ରତିବାଦ ଆରମ୍ଭ କରିଥିଲେ। ପ୍ରଦର୍ଶନକାରୀମାନେ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ହିଂସା ପାଇଁ ସୋନମ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲେ କେନ୍ଦ୍ର ସରକାର।

ଦାବି ପୁରଣ ପାଇଁ ଚାପ ପକାଇବାକୁ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦, ୨୦୨୫ରେ ଅନଶନ ମଧ୍ୟ ଆରମ୍ଭ କରିଥିଲେ, ଏବଂ ବୃଦ୍ଧି ପାଉଥିବା ହିଂସା ଉପରେ ଚିନ୍ତା ପ୍ରକାଶ କରି ସେପ୍ଟେମ୍ବର ୨୪ରେ ଏହାକୁ ସମାପ୍ତ କରିଥିଲେ।

ଏହା ପୂର୍ବରୁ ସୋନମ୍ ୱାଙ୍ଗଚୁକ୍‌ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅନୁଷ୍ଠାନ ଦ୍ୱାରା ବିଦେଶୀ ପାଣ୍ଠି ଆଇନର ବ୍ୟାପକ ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏହା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ତ୍ବରାନ୍ବିତ କରି ଗୁରୁବାର ସୋନମ ୱାଙ୍ଗଚୁକ୍‌ଙ୍କ ସଂଗଠନର ଏଫ୍‌ସିଆରଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଅଧିନିୟମ) ଲାଇସେନ୍ସ ରଦ୍ଦ କରିଥିଲା। ପୂର୍ବରୁ ୨୦ ଅଗଷ୍ଟ ୨୦୨୫ରେ  ତାଙ୍କୁ  ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା ଏବଂ ସେପ୍ଟେମ୍ବର ୧୦ରେ ଇ-ମେଲ ମାଧ୍ୟମରେ ଉତ୍ତର ମଗାଯାଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ୱାଙ୍ଗଚୁକ୍ ଏବଂ ତାଙ୍କ ସଂସ୍ଥା ସହ ଜଡ଼ିତ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଗୁପ୍ତ ରଖାଯାଇଛି। ୭ଟି ଏଚ୍‌ଆଇଏଏଲ୍‌ ଆକାଉଣ୍ଟ ମଧ୍ୟରୁ ୪ଟି ଘୋଷଣା କରାଯାଇ ନାହିଁ। ଗତ ବର୍ଷ ୬ କୋଟି ଟଙ୍କାର ଦାନ ମିଳିଥିବା ବେଳେ ଏଥର ତାହା ୧୫ କୋଟିରେ ପହଞ୍ଚିଛି। ଏଥିମଧ୍ୟରୁ ୧.୫ କୋଟିରୁ ଅଧିକ ବିଦେଶୀ ଅର୍ଥ ଏଫ୍‌ସିଆରଏ ପଞ୍ଜୀକରଣ ବିନା ଆସିଛି।   

sonam-wangchu

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe