Sonam Wangchuk: ୱାଙ୍ଗଚୁକ୍‌ଙ୍କ ବିରୋଧରେ ଏନ୍‌ଏସ୍‌ଏ ମାମଲାରେ କୌଣସି ଆଧାର ନଥିବାରୁ ସରକାର ତାରିଖ ଗଡ଼ାଇ ଚାଲିଛନ୍ତି: ଗୀତାଞ୍ଜଳି ୱାଙ୍ଗଚୁକ୍

Advertisment

ଜଳବାୟୁ କର୍ମୀ ତଥା ମାଗ୍‌ସେସେ ପୁରସ୍କାର ବିଜେତା ସୋନମ୍‌ ୱାଙ୍ଗଚୁକ୍‌ ଗତବର୍ଷ ସେପ୍ଟେମ୍ବରରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ ହୋଇଥିଲେ। ୱାଙ୍ଗଚୁକ୍‌ଙ୍କ ଗିରଫଦାରୀ ସମ୍ପର୍କରେ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି

ଜଳବାୟୁ କର୍ମୀ ତଥା ମାଗ୍‌ସେସେ ପୁରସ୍କାର ବିଜେତା ସୋନମ୍‌ ୱାଙ୍ଗଚୁକ୍‌ ଗତବର୍ଷ ସେପ୍ଟେମ୍ବରରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ ହୋଇଥିଲେ। ୱାଙ୍ଗଚୁକ୍‌ଙ୍କ ଗିରଫଦାରୀ ସମ୍ପର୍କରେ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି

New Project (4)

Sonam Wangchuk's Wife Photograph: (sambad.in)

ନୂଆଦିଲ୍ଲୀ: ଜଳବାୟୁ କର୍ମୀ ତଥା ମାଗ୍‌ସେସେ ପୁରସ୍କାର ବିଜେତା ସୋନମ୍‌ ୱାଙ୍ଗଚୁକ୍‌ ଗତବର୍ଷ ସେପ୍ଟେମ୍ବରରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ ହୋଇଥିଲେ। ୱାଙ୍ଗଚୁକ୍‌ଙ୍କ ଗିରଫଦାରୀ ସମ୍ପର୍କରେ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଗୀତାଞ୍ଜଳି କହିଛନ୍ତି, ଏହି ମାମଲାରେ କୌଣସି ଆଧାର ନଥିବାରୁ ସରକାର କୋର୍ଟରେ ତାରିଖ ପରେ ତାରିଖ ମାଗୁଛନ୍ତି।

ଆହୁରି ପଢନ୍ତୁ- Uttar Pradesh: ୟୁପି ଡ୍ରାଫ୍ଟ ଭୋଟର ତାଲିକାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ବାଦ୍ ପଡ଼ିଲେ

ୱାଙ୍ଗଚୁକ୍‌ଙ୍କୁ ଗିରଫ କରାଯିବାକୁ କଡ଼ା ବିରୋଧ କରି ସେ କହିଛନ୍ତି, ଗିରଫଦାରୀ ଦେଶରେ ଗଣତନ୍ତ୍ରର ସ୍ଥିତିକୁ ପ୍ରତିଫଳିତ କରୁଛି। କେମିତି କ୍ଷମତାର ଅପବ୍ୟବହାର କରି ଲୋକମାନଙ୍କୁ ‘ଅବୈଧ ଭାବରେ ଅଟକ’ ରଖାଯାଉଛି ତାହା ଏହା ଦର୍ଶାଉଛି ବୋଲି ସେ କହିଛନ୍ତି। ଗୀତାଞ୍ଜଳି କହିଛନ୍ତି, ଏହା କେବଳ ଜଣେ ସୋନମଙ୍କ ପ୍ରସଙ୍ଗ ନୁହେଁ । ୱାଙ୍ଗଚୁକ୍‌ଙ୍କ ଗିରଫଦାରୀକୁ ନେଇ ଯେପରି ଭାବେ ସମାଜ ତଥା ରାଜନୀତି କ୍ଷେତ୍ରରୁ ଦୃଢ ପ୍ରତିକ୍ରିୟା ଆସିବା କଥା ସେପରି ଆସିନାହିଁ। ଏନ୍‌ଏସ୍ଏ ମାମଲା ଅନ୍ତର୍ଗତ ଅଭିଯୁକ୍ତକୁ ୫ରୁ ୧୦ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଯୋଗାଇ ଦେବା କଥା। କିନ୍ତୁ ସୋନମ୍‌ଙ୍କୁ ଗୁରୁତ୍ବପୂର୍ଣ୍ଣ ଭିଡିଓ ୨୮ ଦିନରେ ଦେଲେ, ଯାହାକି ଧାରା ୮ ଓ ଧାରା ୧୧ର ସ୍ପଷ୍ଟ ଉଲ୍ଲଂଘନ ଅଟେ। ଯେଉଁଥିପାଇଁ ତାଙ୍କୁ ଅଟକ ରଖାଯିବା ଅଦେଶ ଅବୈଧ ହୋଇଯାଉଛି। 

ଆହୁରି ପଢନ୍ତୁ-World Economic Forum Annual Meeting: ସୋମବାରଠାରୁ ଡାଭୋସ୍‌ ବିଶ୍ବ ଅର୍ଥନୈତିକ ଫୋରମ୍‌ ସମ୍ମିଳନୀ

ଅନେକ ଏତଲାରେ ସୋନମ୍‌ଙ୍କ ନାଁ ମଧ୍ୟ ନାହିଁ। ୫ଟି ଏତଲା ଆଧାରରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ମାତ୍ର ୨ଟିରେ ସୋନମଙ୍କ ନାଁ ରହିଛି। ସେଥିରୁ ଗୋଟିଏ ଏତଲା ଅଗଷ୍ଟ ମାସର, ଯାହାକୁ ନେଇ କୌଣସି ନୋଟିସ କିମ୍ବା ତଦନ୍ତ କରାଯାଇନାହିଁ ବୋଲି ଗୀତାଞ୍ଜଳି କହିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଟକ ନିର୍ଦ୍ଦେଶ ଏସ୍‌ପିଙ୍କ ପ୍ରସ୍ତାବର ନକଲ। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ସର୍ବଦା ତାରିଖ ପରେ ତାରିଖ ନେଇ ବିଳମ୍ବ ରଣନୀତି ଗ୍ରହଣ କରୁଛନ୍ତି, ମାମଲାରେ କୌଣସି ଆଧାର ନଥିବାରୁ ସେମାନେ ଅନୁଭବ କରି ଏପରି କରୁଛନ୍ତି ବୋଲି ଅନୁମାନ କରୁଛି ବୋଲି ଗୀତାଞ୍ଜଳି କହିଥିଲେ। ସରକାର ସୋନମଙ୍କ ବିରୋଧରେ ଯେଉଁ ଭିଡିଓର ଦ୍ବାହି ଦେଉଛନ୍ତି ତାହା ଦେଢ଼ ବର୍ଷ ପୁରୁଣା ବୋଲି ଜଣେ ଶିକ୍ଷାବିତ ଗୀତାଞ୍ଜଳି କହିଛନ୍ତି। ଲଦାଖ ସାଂସଦ ମହମ୍ମଦ ହନିଫା ଓ ଅନ୍ୟ କେତେଜଣ ସଂସଦରେ ୱାଙ୍ଗଚୁକ୍‌ଙ୍କୁ ଅଟକ ପ୍ରସଙ୍ଗ ଉଠାଇଥିବାରୁ ଗୀତାଞ୍ଜଳି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe