ସୋନଭଦ୍ରରେ ସୁନା ମିଳିବା ଖବର ମିଛ ପ୍ରମାଣ ହେବା ପରେ ଶଶି ଥରୁର କହିଲେ; ସରକାର ଟନ୍-ଟନା-ଟନ୍ କଥା କହିବା ବନ୍ଦ କରୁ

ସୋନଭଦ୍ରରେ ସୁନା ମିଳିବା ଖବର ମିଛ ପ୍ରମାଣ ହେବା ପରେ ଶଶି ଥରୁର କହିଲେ; ସରକାର ଟନ୍-ଟନା-ଟନ୍ କଥା କହିବା ବନ୍ଦ କରୁ

NDTV.com

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଦୁଇଟି ବଡ଼ ସୁନାଖଣିର ସନ୍ଧାନ ମିଳିବା ଏବଂ ସେଥିରେ ପ୍ରାୟ ୩୦୦୦ ଟନ ସୁନା ମହଜୁଦ ରହିଥିବା ବିଷୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାକୁ ନିଲାମ କରିବା ନେଇ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ଗତକାଲି ରାତିରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍ଆଇ) ମହାନିର୍ଦ୍ଦେଶକ ଏମ. ଶ୍ରୀଧର କୋଲକାତାଠାରେ ସୁନା ମହଜୁଦ ଥିବା ଖବରକୁ ଖଣ୍ଡନ କରିଥିଲେ। ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଥିବା ସୋନ୍ ପାହାଡ଼ି ଏବଂ ହାର୍ଡିରେ ସୁନା ନଥିବା ଖବର ସ୍ପଷ୍ଟ ହେବା ପରେ ଏବେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର।

ସେ କହିଛନ୍ତି ସରକାର ତନ-ମନ୍-ଧନକୁ ନେଇ ପାଗଳ ହୋଇଯାଇଛନ୍ତି। ଏବେ ସରକାରଙ୍କୁ ଟନ୍-ଟନା-ଟନ୍ କଥା କହିବା ବନ୍ଦ କରିଦେବା ଦରକାର। ତାଙ୍କର ଏଭଳି ବୟାନକୁ ନେଇ ବିରୋଧୀ ନେତାମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Image result for shashi-tharoor Hindustan Times

ସୂଚନାନୁସାରେ, ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଦୁଇଟି ବଡ଼ ସୁନାଖଣିର ସନ୍ଧାନ ମିଳିଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବିିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ସୁନା ଖଣିକୁ ନେଇ ଲୋକମାନେ ଖୁବ୍ ଆଲୋଚନା କରିଥିଲେ। ଭାରତ ସରକାର ମଧ୍ୟ ସୁନା ଖଣିର ନିଲାମି ନେଇ ଚିନ୍ତା କରିଥିଲେ। ହେଲେ ଶନିବାର ରାତି ହେଉ ହେଉ  ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍ଆଇ) ମହାନିର୍ଦ୍ଦେଶକ ଏମ. ଶ୍ରୀଧର କୋଲକାତାଠାରେ ସୁନା ମହଜୁଦ ଥିବା ଖବରକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe