10 hours ago job vacancy sarkari naukri and jobs vacancy
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାଜନିତ ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଛି। ଦିଲ୍ଲୀରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନଥିବା ବେଳେ ଦିଲ୍ଲୀ ହିଂସାକୁ ନେଇ ଏବେ ରାଜନୀତି ଜୋରଦାର ହୋଇଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପୁଣିଥରେ ଦିଲ୍ଲୀ ହିଂସା ପାଇଁ ଉଭୟ କେନ୍ଦ୍ର ଏବଂ ଆପ୍ ସରକାରଙ୍କୁ ଦାୟୀ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ଦଙ୍ଗା ସମୟରେ ଉଭୟ ସରକାର ନିରବଦ୍ରଷ୍ଟା ସାଜିଥିଲେ ବୋଲି ସୋନିଆ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତାମାନଙ୍କର ଏକ ପ୍ରତିନିଧିଦଳର ନେତୃତ୍ବ ନେଇ ସୋନିଆ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ହିଂସା ପ୍ରବଣ ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବାପାଇଁ ଏବଂ ସ୍ଥିତି ସ୍ବାଭାବିକ କରିବାପାଇଁ ସୋନିଆ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିଥିବା କଂଗ୍ରେସ ପ୍ରତିନିଧି ଦଳରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳୀୟ ନେତା ଅହମଦ ପଟେଲ ଏବଂ ରଣଦୀପ ସୁର୍ଯ୍ୟେୱାଲା ଉପସ୍ଥିତ ଥିଲେ। ମନମୋହନ ସିଂହ ଆଜି ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଗତ ୪ ଦିନ ଧରି ଦିଲ୍ଲୀରେ ଯାହା ଚାଲିଛି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହା ଜାତୀୟ ଲଜ୍ଜାର ବିଷୟ।
Follow Us