ସୋନିଆ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଫେରିଲେ ସୋନିଆ

The Hindu

ନୂଆଦିଲ୍ଲୀ : କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆଜି ଦିଲ୍ଲୀର ସାର୍‌ ଗଂଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସୋନିଆ କିଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହା ଜଣାପଡ଼ିନାହିଁ। ଅନେକ ଥର ଶ୍ବାସରୋଗ ଯୋଗୁଁ ‌େସ ମେଡିକାଲରେ ଭର୍ତି ହୋଇଥିଲେ। ରେଗୁଲାର ଚେକ୍ ଅପ୍ ପାଇଁ ତାଙ୍କୁ ଆଜି ମେଡିକାଲରେ ଭର୍ତି କରାଯାଇଥିବା କୁହାଯାଉଛି।

୭୩ ବର୍ଷୀୟା ସୋନିଆ ଗାନ୍ଧୀ ବିଗତ କିଛି ବର୍ଷ ହେଲା ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାରେ ରହିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସେ ରାଜନୀତିରେ ପୂର୍ବ ଭଳି ସକ୍ରିୟ ମଧ୍ୟ ରହୁନାହାନ୍ତି। ନିର୍ବାଚନୀ ରୢାଲିକୁ ମଧ୍ୟ ବିଗତ ୨ ବର୍ଷ ମଧ୍ୟରେ ସେ ବହୁତ କମ୍‌ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe