ପ୍ରଦୂଷଣ ବଢ଼ୁଥିବା ହେତୁ ଦିଲ୍ଲୀ ଛାଡ଼ିବେ ସୋନିଆ ଗାନ୍ଧି

Advertisment
ପ୍ରଦୂଷଣ ବଢ଼ୁଥିବା ହେତୁ ଦିଲ୍ଲୀ ଛାଡ଼ିବେ ସୋନିଆ ଗାନ୍ଧି

OpIndia

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିଛି। ଏ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀ ଛାଡ଼ିବେ ବୋଲି ଜଣା ପଡ଼ିଛି। ତାଙ୍କର ଦୀର୍ଘ ଦିନ ଧରି ଛାତିରେ ସଂକ୍ରମଣର ସମସ୍ୟା ଥିବାରୁ ସେ କିଛି ଦିନ ପାଇଁ ଗୋଆ ବା ଚେନ୍ନାଇରେ ଯାଇ ରହିବେ। ଏ ନେଇ ଆଜି ପାର୍ଟି ସୂତ୍ରରୁ ଜଣା ପଡ଼ିଛି।

Docs advise Sonia to shift out of Delhi in view of pollution - Rediff.com India News Rediff.com

ସୂତ୍ରରୁ ପ୍ରକାଶ ଯେ, ସୋନିଆ ଗାନ୍ଧି ଆଜି ଦିଲ୍ଲୀ ଛାଡ଼ିବାର ସମ୍ଭାବନା ରହିଛି ଏବଂ ରାହୁଲ ଗାନ୍ଧି କିମ୍ବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହିତ ସେ ଯିବେ ବୋଲି ଜଣା ପଡ଼ିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ତାଙ୍କ ଆସ୍ଥମା ଏବଂ ଛାତି ସଂକ୍ରମଣ ଅବସ୍ଥାକୁ ଆହୁରି ବଢ଼ାଇ ଦେଇଛି ଏବଂ ତାଙ୍କୁ ଦିଲ୍ଲୀରୁ କିଛି ସମୟ ବାହାରକୁ ଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଅଗଷ୍ଟରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସୋନିଆ ଗାନ୍ଧୀ ଅଧିକ ଔଷଧ ଖାଉଛନ୍ତି ଏବଂ ଦିଲ୍ଲୀର ପ୍ରଦୂଷଣ ବଢ଼ୁଥିବା ହେତୁ ତାଙ୍କ ଛାତିରେ ସଂକ୍ରମଣ ବଢ଼ିବାକୁ ନେଇ ଡାକ୍ତରମାନେ ଚିନ୍ତିତ ଥିବା ଜଣା ପଡ଼ିଛି। ଏ ନେଇ ତାଙ୍କୁ ଦିଲ୍ଲୀ ଛାଡ଼ି କିଛି ଦିନ ପାଇଁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe