Advertisment

Sonia Gandhi: ସେପଟେ ଗୋଳାବାରୁଦର ଯୁଦ୍ଧ,ଏପଟେ ରାଜନୈତିକ ବାକ୍ ଯୁଦ୍ଧ:କେନ୍ଦ୍ର ସରକାରଙ୍କ ନିରବତାକୁ ସୋନିଆଙ୍କ କଟାକ୍ଷ

Advertisment

ଇରାନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧୀ । ପୂର୍ବ କଂଗ୍ରେସ ସରକାର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇ ସେ ବର୍ତ୍ତମାନ ସରକାଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି

ଇରାନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧୀ । ପୂର୍ବ କଂଗ୍ରେସ ସରକାର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇ ସେ ବର୍ତ୍ତମାନ ସରକାଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି

sonia gandhi

sonia gandhi Photograph: (sambad.in)

ନୂଆଦିଲ୍ଲୀ: ଇରାନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧୀ । ପୂର୍ବ କଂଗ୍ରେସ ସରକାର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇ ସେ ବର୍ତ୍ତମାନ ସରକାଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ରର ଆଭିମୁଖ୍ୟ ଭାରତର ବୈଦେଶିକ ନୀତିର ଦିଗ ଏବଂ ବିଶ୍ୱସନୀୟତା ଉପରେ ଗମ୍ଭୀର ସନ୍ଦେହ ସୃଷ୍ଟି କରୁଛି । ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ  ପର୍ଯ୍ୟାୟ ଆରମ୍ଭରେ ସରକାରଙ୍କ ନୀରବତା ଉପରେ ସ୍ପଷ୍ଟ ଆଲୋଚନା ପାଇଁ ଦାବି କରିଛନ୍ତି । ଖାମେନେଇଙ୍କ ହତ୍ୟା ଉପରେ ଦଳର ମତ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ । କହିଛନ୍ତି, ଇରାନ ମାଟିରେ ବୋମା ବିସ୍ଫୋରଣ ଏବଂ ଟାର୍ଗେଟ୍ ହତ୍ୟାକୁ କଂଗ୍ରେସ ନିନ୍ଦା କରୁଛି । ଏହା ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ବିପଜ୍ଜନକ, ଯାହାର ପରିଣାମ ଗମ୍ଭୀର ହେବ ।“ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏକ୍ସ ପୋଷ୍ଟରେ ସରକାରଙ୍କ ନୀତିକୁ ସମଲୋଚନା କରିଛନ୍ତି । ରାହୁଲ ପ୍ରଶ୍ନ କରିଛନ୍ତି, “କ’ଣ ବିଶ୍ୱ ବ୍ୟବସ୍ଥାକୁ ପରିଭାଷିତ କରିବା ପାଇଁ ଜଣେ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟାକୁ ସମର୍ଥନ କରନ୍ତି ମୋଦୀ? 

ସେପଟେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ କାଉଣ୍ଟର କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ଭାରତକୁ ନେଇ ଖାମେନେଇଙ୍କ ପୁରୁଣା ପୋଷ୍ଟ ସେୟାର କରି ବିରୋଧୀଙ୍କୁ ଜବାବ ମାଗିଛନ୍ତି । ତେଲଙ୍ଗାନାର ବିଜେପି ମୁଖପାତ୍ର ପ୍ରକାଶ ରେଡ୍ଡୀ ମଧ୍ୟ ସୋନିଆ ଗାନ୍ଧୀଙ୍କ ଲେଖା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ବୈଦେଶିକ ନୀତି ସମ୍ପୂର୍ଣ୍ଣ ସ୍ପଷ୍ଟ । ଆମେ ସମସ୍ତଙ୍କ ସହିତ ବନ୍ଧୁ । କଂଗ୍ରେସ ହୀନ ରାଜନୀତି କରୁଛି । ସୋନିଆ ଗାନ୍ଧୀଙ୍କ ରାଜନୀତିକ ବୟାନର ଅନେକ କାରଣ ଥାଇପାରେ । ବିଦେଶ ନୀତି ହେଉ କିମ୍ୱା ଭୋଟ ବ୍ୟାଙ୍କର ଚିନ୍ତା । କିନ୍ତୁ ଦେଶର ସର୍ବପୁରାତନ ଦଳ ଇରାନ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ଓ ଘଟଣାକୁ ନିନ୍ଦା କରିଛି । ଆଉ ସରକାର ଶାନ୍ତିର ପକ୍ଷରେ ଥିବା ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe