ବଦଳିଲା କଂଗ୍ରେସର ଠିକଣା: କୋଟଲା ରୋଡରେ ହେଲା ଦଳର ନୂଆ କାର୍ଯ୍ୟାଳୟ

କଂଗ୍ରେସର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂତନ ମୁଖ୍ୟାଳୟ 'ଇନ୍ଦିରା ଗାନ୍ଧୀ ଭବନ'କୁ ବୁଧବାର ଦିନ ଦିଲ୍ଲୀର ୯ଏ କୋଟଲା ରୋଡରେ ଉଦ୍‌ଘାଟନ କରିଥିବା ସୂଚନା ରହିଛି। 

congress

The Hindu

ନୂଆଦିଲ୍ଳୀ: କଂଗ୍ରେସର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂତନ ମୁଖ୍ୟାଳୟ 'ଇନ୍ଦିରା ଗାନ୍ଧୀ ଭବନ'କୁ ବୁଧବାର ଦିନ ଦିଲ୍ଲୀର ୯ଏ କୋଟଲା ରୋଡରେ ଉଦ୍‌ଘାଟନ କରାଯାଇଥିବା ସୂଚନା ରହିଛି। 

ସୋନିଆ ଗାନ୍ଧୀ ନୂୂତନ କୋଠାର ଉଦଘାଟନ କରିବା ବେଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପ୍ରବେଶ ଦ୍ବାରରେ ରିବନ୍ କାଟିବା ପାଇଁ ତାଙ୍କ ସହିତ ଯୋଗ ଦେବାକୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି। 

ଦୀର୍ଘ ୪୭ ବର୍ଷ ଧରି  ୨୪ ଆକବର ରୋଡରେ ରହିଥିବା କଂଗ୍ରେସ ମୁଖ୍ୟାଳୟ। ଯାହାର ଏହି ପୁରୁଣା ଦଳର ଇତିହାସରେ ବେଶ୍‌ ମହତ୍ବ ରହିଛି। 

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେ ସି ଭେନୁଗୋପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଦଳର ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ନୂତନ ମୁଖ୍ୟାଳୟରେ ଦଳୀୟ ନେତାମାନେ ଦଳୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବନ୍ଦେ ମାତରମ୍ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ନୂଆ ଦଳୀୟ କାର୍ଯ୍ୟାଳୟର ଗ୍ରାଉଣ୍ଡ ଫ୍ଲୋରରେ ହାଇଟେକ ପ୍ରେସ କନଫରେନ୍ସ ତିଆରି କରାଯାଇଛି । ଏହାର ପଛ ପାର୍ଶ୍ବରେ କ୍ୟାଣ୍ଟିନ ରହିଛି । ବିଲ୍ଡିଂ ବାମପାର୍ଶ୍ବରେ କଂଗ୍ରେସ ମିଡ଼ିଆ ପ୍ରଭାରୀଙ୍କ ରୁମ ରହିଛି । ବିଲ୍ଡିଂର ପ୍ରଥମ ମହଲାରେ ବିଶେଷ କାର୍ଯ୍ୟକ୍ରମ ପାଇଁ ହାଇଟେକ ଅଡିଟୋରିୟମ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe