ନୂଆଦିଲ୍ଲୀ: ଆଜି କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକାନ୍ତବାସରେ ଅଛନ୍ତି। କିନ୍ତୁ, ‘ନ୍ୟାସ୍ନାଲ୍ ହେରାଲଡ୍’ ମାମଲାରେ ଜେରା ପାଇଁ ଜୁନ୍ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ସୋନିଆ ହାଜର ହେବେ ହେବେ ବୋଲି କଂଗ୍ରେସ ସ୍ପଷ୍ଟିକରଣ ଦେଇ କହିଛି।
ବରିଷ୍ଠ କଂଗ୍ରେସ ନେତା ତଥା ଦଳର ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋଭିଡ୍-୧୯ ପଜିଟିଭ୍ ବାହାରିଛନ୍ତି। ସାମାନ୍ୟ ଜ୍ବର ସହ ତାଙ୍କଠାରେ ଅନ୍ୟ କେତେକ ଲକ୍ଷଣ ଦେଖା ଦେଇଥିବାରୁ ସେ ଏକାନ୍ତବାସରେ ରହି ଆବଶ୍ୟକ ଡାକ୍ତରୀ ଚିକିତ୍ସା ଗ୍ରହଣ କରୁଛନ୍ତି। ଜୁନ୍ ୮ରେ ତାଙ୍କର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜାର ହେବା ତାରିଖ ଆଜି ସୁଦ୍ଧା ଅପରିବର୍ତ୍ତିତ ରହିଛି।
Image Courtesy of NDTVସୂଚନାଯୋଗ୍ୟ, ବୁଧବାର ଦିନ ମିଳିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଅନୁସାରେ, ଜେରା ପାଇଁ ରାହୁଲ୍ ଗାନ୍ଧୀ ଜୁନ୍ ୨ ତାରିଖ ଏବଂ ସୋନିଆ ଗାନ୍ଧୀ ଜୁନ୍ ୮ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା କଥା। କିନ୍ତୁ, ବିଦେଶରେ ଥିବାରୁ ରାହୁଲ୍ ଗାନ୍ଧୀ ଜୁନ୍ ୫ ତାରିଖ ପରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟଠାରୁ ସମୟ ଲୋଡ଼ିଛନ୍ତି।
ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା ସଂକ୍ରାନ୍ତରେ ଟୁଇଟ୍ କରି କଂଗ୍ରେସ ପାର୍ଟି କହିଛି: କଂଗ୍ରେସ ବ୍ରିଟିସ୍ ଏବଂ ସେମାନଙ୍କର ଅତ୍ୟାଚାରରେ ଭୀତତ୍ରସ୍ତ ହୋଇ ନ ଥିବା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ କିପରି ସୋନିଆ ଗାନ୍ଧୀଜୀ ଏବଂ ରାହୁଲ୍ ଗାନ୍ଧୀଜୀଙ୍କ ସାହସ ଭାଙ୍ଗିବାରେ ସମର୍ଥ ହେବ। ଆମେ ଲଢ଼ିବୁ… ଆମେ ବିଜୟୀ ହେବୁ… ଆମ୍ଭେ ମଥାନତ କରିବୁ ନାହିଁ… ଆମେ ଭୟଭୀତ ହେବୁନାହିଁ।
Follow Us