ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

Advertisment
କ୍ଷମତାର ଅପବ୍ୟବହାର କରୁଥିବା ବ୍ୟକ୍ତିମାନେ ପ୍ରକୃତ ଦେଶବିରୋଧୀ: ସୋନିଆ

Image Courtesy of NDTV

ନୂଆଦିଲ୍ଳୀ: ଦ୍ବିତୀୟ ଥର ପାଇଁ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ଚଳିତବର୍ଷ ଜୁନ୍‌ ମାସରେ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ଥରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ଏକ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି କଂଗ୍ରେସର ସାଂସଦ ଜୟରାମ ରମେଶ।

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସରକାରୀ ନିୟମ ଅନୁସାରେ ସେ ଏବେ ପୃଥକବାସରେ ରହିବେ।’

ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତା’ପରେ ସରକାରୀ ନିୟମ ମାନି ସେ ନିଜକୁ ପୃଥକବାସରେ ରଖିଥିଲେ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜୁନ୍‌ ୨ ତାରିଖରେ କରୋନା ପିଜିଟିଭ୍‌ ହେବା ପରେ ଏବେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୋନିଆ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ଆଲ୍‌ ଇଣ୍ଡିଆ ମହିଳା କଂଗ୍ରେସ ପକ୍ଷରୁ ଟ୍ବିଟ୍‌ କରାଯାଇ ଲେଖାଯାଇଥିଲା ଯେ ‘ଆମର ଆଦରଣୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଜୀଙ୍କ ଅତି ଶୀଘ୍ର ସୁସ୍ଥ ହେବା ନେଇ କାମନା କରୁଛୁ। ଲକ୍ଷ ଲକ୍ଷ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ଏହା ହିଁ ପ୍ରାର୍ଥନା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe