ଡିକେ ଶିବକୁମାରଙ୍କୁ ଭେଟିବାକୁ ତିହାର ଜେଲ୍‌ ଗଲେ ସୋନିଆ ଗାନ୍ଧୀ

ସୋମବାର ସୋନିଆ-ପାୱାର ସାକ୍ଷାତ

Image Source: Hindustan Times

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ପାର୍ଟିର ମୁଖ୍ୟ ସମସ୍ୟା ନିରାକରଣକାରୀ ଡିକେ ଶିବକୁମାରଙ୍କୁ ଭେଟିବାକୁ ବୁଧବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତିହାର ଜେଲ୍‌ରେ ପହଞ୍ଚିଥିଲେ। ଶିବକୁମାର ୫୦ ଦିନ ତଳେ ଆର୍ଥିକ ଦୁର୍ନୀତି ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଗିରଫ କହୋଇଥିଲେ। ଦଳର ସାଧାରଣ ସଚିବ ଦାୟିତ୍ୱରେ ଥିବା କେସି ବେଣୁଗୋପାଳ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହ ସେଠାକୁ ଯାଇଥିଲେ।

ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କୁ ମଧ୍ୟ ଗାନ୍ଧୀ ତିହାର ଜେଲ୍‌ରେ ଭେଟିଥିଲେ।

publive-image Image Source: Newsdig

ଏ ଦୁଇ ବରିଷ୍ଠ ରାଜନେତାଙ୍କ ପଛରେ ଦଳର ଦୃଢ଼ ସମର୍ଥନ ରହିଛି ବୋଲି ଦର୍ଶାଇ ବାକୁ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଜେଲ୍‌ ପରିଦର୍ଶନରେ ଯାଇଥିଲେ। ଆଇନ ଉଲ୍ଲଂଘନ କରିଛନ୍ତି ନୁହେଁ, ରାଜନୈତିକ ଆକ୍ରୋଶ କାରଣରୁ ଉଭୟଙ୍କୁ ସିବିଆଇ ଦ୍ୱାରା ଗିରଫ କରାଯାଇଛି ବୋଲି ସେ କହିଛନ୍ତି।

ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି: ଏହି ନେତାମାନଙ୍କୁ ଭେଟିବାକୁ ଯିବା ହେଉଛି ଗୋଟାଏ ବାର୍ତ୍ତା ଯେ ଏ ଭଳି ମାମଲାରେ ଜେଲ୍‌ ଯାଇଥିବା ନେତାମାନଙ୍କୁ ପାର୍ଟି ଦୃଢ଼ ସମର୍ଥନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe