ମହିଳା ଆରକ୍ଷଣ ବିଲ୍‌କୁ ଅନୁମୋଦ ପାଇଁ ସୋନିଆ ଲେଖିଲେ ମୋଦିଙ୍କୁ ଚିଠି

Advertisment
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୨୧ବର୍ଷ ପୁରୁଣା ମହିଳା ଆରକ୍ଷଣ ବିଲ୍‌କୁ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଲୋକସଭା, ରାଜ୍ୟସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଚିଠି ଲେଖିଛନ୍ତି।
ସେପ୍ଟେମ୍ବର ୨୦ରେ ସୋନିଆ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଆପଣଙ୍କୁ ମନେ ଥିବ ରାଜ୍ୟସଭାରେ ମହିଳା ଆରକ୍ଷଣ ବିଧାୟକଙ୍କୁ ୨୦୧୦ ମାର୍ଚ୍ଚ ୯ରେ ପାରିତ କରି ଦିଆଯାଇଥିଲା। ସେବେଠାରୁ ଏହା ଲୋକସଭାରେ ପଡ଼ି ରହିଛି। ମୁଁ ଆପଣଙ୍କୁ ଗୁହାରି କରୁଛି ଯେ, ଆପଣ ଲୋକସଭାରେ ନିଜର ବହୁମତର ଫାଇଦା ଉଠାଇ ମହିଳା ଆରକ୍ଷଣ ବିଲକୁ ଅନୁମୋଦନ ଦିଅନ୍ତୁ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଆଙ୍କୁ ଆଶ୍ୱସ୍ତି ଦେଇ କହିଛନ୍ତି, କଂଗ୍ରେସର ଏହି ବିଲ୍‌କୁ ଅନୁମୋଦନ ଦେବା ପାଇଁ ମୁଁ ସମ୍ପୁର୍ଣ୍ଣ ଚେଷ୍ଟା କରିବି। ଏହା ମହିଳା ସଶକ୍ତିକରଣ ଦିଗରେ ଏକ ଗରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe