DNA India
ନୂଆଦିଲ୍ଲୀ : କରୋନାରେ ସଂକ୍ରମିତ ହୋଇ ଗତ କିଛି ଦିନ ହେବ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବେ ଫଙ୍ଗାଲ ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ଭଲଭାବେ ଯାଞ୍ଚ କରାଯାଉଛି।
କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ୭୫ ବର୍ଷୀୟା ସୋନିଆଙ୍କ ନାକରୁ ରକ୍ତ ପଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସାରେ ରଖାଯାଇଛି। ଶ୍ବାସନଳିର ନିମ୍ନରେ ଫଙ୍ଗାଲ ସଂକ୍ରମଣ ହୋଇଛି। ଅନ୍ୟ କରୋନା ପରବର୍ତ୍ତୀ ଜଟିଳତା ସହ ସୋନିଆ ଏବେ ଏହି ସମସ୍ୟା ପାଇଁ ଚିକିତ୍ସିତ ହେଉଛନ୍ତି ବୋଲି କୁହାଯାଇଛି। ସୋନିଆଙ୍କ ସ୍ବାସ୍ଥ୍ୟ ଲଗାତାର ଯାଞ୍ଚ କରାଯାଉଛି। ଉଲ୍ଲେଖଯୋଗ୍ୟ, ସୋନିଆ ଜୁନ୍ ୧୨ରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
Follow Us