ଜନ୍ମଦିନ ପାଳନ କରିବେ ନାହିଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ

Advertisment
ଜନ୍ମଦିନ ପାଳନ କରିବେ ନାହିଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଦିନ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆଜି (ବୁଧବାର) ସନ୍ଧ୍ୟାରେ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।

ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଦଳର ମୁଖ୍ୟଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି ଏବଂ ଦଳ ଅଧ୍ୟକ୍ଷାଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ସମସ୍ତ ପ୍ରକାରର ଉତ୍ସବରୁ ନିଜକୁ ଓ ଦଳକୁ ଏଡାଇବାକୁ ଦଳୀୟ କର୍ମୀମାନଙ୍କୁ ସେ ଅନୁରୋଧ କରିଛନ୍ତି।

ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟଟର ଦୁର୍ଘଟଣାରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣଙ୍କର ଆଜି ମୃତ୍ୟୁ ଘଟିଥିବା ବେଳେ ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି।
କଂଗ୍ରେସ ସଭାପତି ଆସନ୍ତାକାଲି ଡିସେମ୍ବର ୯ରେ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଉତ୍ସବକୁ କଠୋର ଭାବରେ ଏଡାଇବାକୁ ଦଳୀୟ କର୍ମୀ ଏବଂ ସମର୍ଥକମାନଙ୍କୁ ଅନୁରୋଧ କରି ବେଣୁଗୋପାଳ କହିଛନ୍ତି। ଲୋକସଭାରେ କଂଗ୍ରେସ ମୁଖ୍ୟ ସଚେତକ ମାନିକ୍କମ୍‌ ଟାଗୋର କରିଛନ୍ତି, କଂଗ୍ରେସ ସଭାପତିଙ୍କ ଏପ୍ରକାର ନିଷ୍ପତ୍ତି ତାଙ୍କ ସମ୍ବେଦନଶୀଳତାର ଆଉ ଏକ ଉଦାହରଣ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତଙ୍କ ବିୟୋଗରେ କଂଗ୍ରେସ ଦଳ ଉତ୍ସବ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧୀ ଗୁରୁବାର ୭୫ ବର୍ଷ ବୟସରେ ପଦାର୍ପଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe