Image Courtesy of India Today
ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚିକିତ୍ସା ପାଇଁ ଆଜି ବିଦେଶ ଗସ୍ତ କରିଛନ୍ତି। ସାଥୀରେ ରାହୁଲ ଗାନ୍ଧି ମଧ୍ୟ ଯାଇଛନ୍ତି। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ବିଦେଶ ଯାଇଛନ୍ତି ଏବଂ ଅତି କମରେ ଦୁଇ ସପ୍ତାହ ପରେ ସେ ବିଦେଶରୁ ଫେରିବେ। ତେଣୁ ସୋନିଆ ଆସନ୍ତା ମୌସୁମୀ ଅଧିବେଶନରେ ଯୋଗ ଦେଇ ପାରିବେ ନାହିଁ। କିନ୍ତୁ ରାହୁଲ କିଛିଦିନ ପରେ ବିଦେଶରୁ ଫେରି ମୌସୁମୀ ଅଧିବେଶନରେ ଯୋଗଦେବେ। ଏକ ସୂଚନା ଅନୁଯାୟୀ, ଝିଅ ପ୍ରିୟଙ୍କା ଗାନ୍ଦି ଭଦ୍ରା ସୋନିଆଙ୍କ ପାଖରେ ପହଞ୍ଚିବା ପରେ ରାହୁଲ ବିଦେଶରୁ ଫେରିବେ।
Follow Us