ସୋନିଆଙ୍କ ଭିଡିଓ ବାର୍ତ୍ତା, ନୂତନ ବିହାର ଗଠନ ପାଇଁ ଆହ୍ବାନ

ଏଆଇସିସି ବୈଠକରେ ସୋନିଆଙ୍କ ମନ୍ତ୍ର, ଟିକାକରଣ ବୃଦ୍ଧି ପାଇଁ ଚାପ ପକାଅ

Image Courtesy of Hindustan Times

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏକ ନୂଆ‌ ବିହାର ନିର୍ମାଣ ପାଇଁ ସୋନିଆ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ସୋନିଆ ଅଭିଯୋଗ କରିଛନ୍ତି ଯେ, ଜେଡିୟୁ-ବିଜେପି ସରକାର ସେମାନଙ୍କ ରାସ୍ତାରୁ ବାହାରି ଆସିଛନ୍ତି। ସେମାନଙ୍କ ଅହଙ୍କାର ଓ କ୍ଷମତା ବଢ଼ିଯାଇଛି। ୪ ମିନିଟ୍‌ର ଭିଡିଓ ବାର୍ତ୍ତାରେ ସୋନିଆ କହିଛନ୍ତି, ନୀତୀଶ ସରକାର ନା’ କିଛି ଭଲ କହୁଛନ୍ତି ନା’ କିଛି ଭଲ କରୁଛନ୍ତି। ଶ୍ରମିକମ‌ାନେ ଅସହାୟ ହୋଇପଡ଼ିଛନ୍ତି, କୃଷକମାନେ ହତାଶ ହୋଇପଡ଼ିଛନ୍ତି ଏବଂ ଯୁବକମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଦଳିତ ଏବଂ ମହାଦଳିତଙ୍କ ଜୀବନ ନଷ୍ଟ ହୋଇଯାଇଛି। ସୋନିଆ ଏହା ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ଏବଂ ବିହାର ସରକାର ବିମୁଦ୍ରୀକରଣ, ଲକ୍‌ଡାଉନ୍‌, ଆର୍ଥିକ ସଟଡାଉନ୍‌ କରିବା ସହ ନିଯୁକ୍ତି ମଧ୍ୟ ବନ୍ଦ କରିଦେଇଛି। ତେଣୁ ସେ ଏକ ନୂଆ ବିହାର ଗଠନ ପାଇଁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe