ୟୁପିଏସସି ବହି କିଣିଦେବା ପାଇଁ ସୋନୁ ସୁଦଙ୍କୁ ଟୁଇଟ୍ କଲେ ଯୁବକ, ମିଳିଲା ଏଭଳି ଜବାବ

ୟୁପିଏସସି ବହି କିଣିଦେବା ପାଇଁ ସୋନୁ ସୁଦଙ୍କୁ ଟୁଇଟ୍ କଲେ ଯୁବକ, ମିଳିଲା ଏଭଳି ଜବାବ

Amar Ujala

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଅସହାୟଙ୍କ ସାହାରା ବନିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ପ୍ରଥମେ ପ୍ରବାସୀଙ୍କୁ ନିଜ ନିଜର ଘରକୁ ପଠାଇ ଲୋକଙ୍କ ମନ କିଣିଥିବା ସୋନୁ ଏବେ ଯେମିତି ଅସହାୟଙ୍କ ଭଗବାନ ପାଲଟିଯାଇଛନ୍ତି। ଲୋକେ ନିଜ ସମସ୍ୟା ବିଷୟରେ କୌଣସି ନେତାଙ୍କୁ ଜଣାଇବା ପରିବର୍ତ୍ତେ ତାଙ୍କୁ ଟୁଇଟ୍ କରି ସାହାଯ୍ୟ ମାଗୁଛନ୍ତି। ପୂର୍ବରୁ ତାଙ୍କ ସାହାଯ୍ୟ କରିବାର ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଯୁବକଙ୍କୁ ୟୁପିଏସସି ବହି ଦେବାର ପ୍ରତିଶ୍ରୁତି ଦେଇ ସେ ଚର୍ଚ୍ଚାରେ ରହିଛନ୍ତି। ଜଣେ ଛାତ୍ର ଟ୍ୱିଟ୍ କରି ସୋନୁଙ୍କୁ ବହି କିଣିବାରେ ସାହାଯ୍ୟ ମାଗିଥିଲେ। ଛାତ୍ରଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ସୋନୁ ସୁଦ ସାହାଯ୍ୟ ହାତ ବଢ଼ାଇଥିବା ଜଣା ପଡ଼ିଛି।

ଛାତ୍ର ଟୁଇଟ୍ କରି କହିଥିଲେ- 'ସାର୍, ଦୟାକରି ମୋତେ ୟୁପିଏସସି ବହି କିଣିବାକୁ ସାହାଯ୍ୟ କରନ୍ତୁ | ମୁଁ ଏହି ପୁସ୍ତକଗୁଡ଼ିକ ବିନା ପ୍ରସ୍ତୁତି ଆରମ୍ଭ କରିପାରିବି ନାହିଁ | ପୁସ୍ତକ ପାଇବାରେ ମୋତେ ସାହାଯ୍ୟ କରନ୍ତୁ '| ଛାତ୍ରଙ୍କ ଏହି ଅନୁରୋଧରେ ସୋନୁ ଜବାବ ରଖି ଟ୍ୱିଟ୍ କରି ତାଙ୍କ ଠିକଣା ମାଗିଥିଲେ ଏବଂ କହିଥିଲେ ଯେ, ବହିଗୁଡ଼ିକ ଆପଣଙ୍କ ଘରେ ପହଞ୍ଚିଯିବ।

ଏହା ପ୍ରଥମ ନୁହେଁ, ଟୁଇଟ୍ ଜରିଆରେ ସୋନୁ ସୁଦ୍ ଅନେକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଗାଜିଆବାଦର ଜଣେ ଯୁବତୀଙ୍କ ଆଣ୍ଠୁର ପ୍ରତିରୋପଣ ପାଇଁ ଅର୍ଥ ଦେବା ସହ ଡାକ୍ତରଖାନାକୁ ଯିବାର ସମସ୍ତ ସୁବିଧା ଯୋଗାଇ ଦେଇଥିଲେ ସୋନୁ। ଏହା ସହ ଜଣେ ଚାଷୀଙ୍କ ପାଖରେ ହଳ କରିବା ପାଇଁ ବଳଦ ନଥିବାରୁ ତାଙ୍କୁ ଟ୍ରାକ୍ଟର ଉପହାରରେ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe