କେତେ ଲୋକ ପ୍ରତିଦିନ ସାହାଯ୍ୟ ପାଇଁ ନିବେଦନ କରନ୍ତି? ପ୍ରଥମ ଥର ପାଇଁ ତଥ୍ୟ ସେୟାର କଲେ ସୋନୁ ସୁଦ

Advertisment
କେତେ ଲୋକ ପ୍ରତିଦିନ ସାହାଯ୍ୟ ପାଇଁ ନିବେଦନ କରନ୍ତି? ପ୍ରଥମ ଥର ପାଇଁ ତଥ୍ୟ ସେୟାର କଲେ ସୋନୁ ସୁଦ

Deccan Herald

ମୁମ୍ବାଇ: ଲକଡାଉନ୍ ସମୟରେ ଅସହାୟଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବା ରାସ୍ତାରେ କ୍ରମାଗତ ଭାବରେ ଆଗକୁ ବଢି ଚାଲିଛନ୍ତି | ପ୍ରତିଦିନ ସେ କାହାକୁ ନା କାହାକୁ ସାହାଯ୍ୟ କରିଥିବାର ଖବର ଚର୍ଚ୍ଚାର ବିଷୟ ପାଲଟୁଛି। ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ପାଇଁ ଆରମ୍ଭ ହୋଇଥିବା ସହାୟତାର ଏହି ଯାତ୍ରା ବର୍ତ୍ତମାନ ଏତେ ବ୍ୟାପକ ହୋଇଛି ଯେ ସୋନୁ କେବଳ ଦେଶ ନୁହେଁ ବରଂ ବିଦେଶରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି।

ତେବେ ପ୍ରତିଦିନ ସୋନୁଙ୍କୁ ସାହାଯ୍ୟ କରିବା ପାଇଁ କେତେଜଣ ଲୋକ ନିବେଦନ କରନ୍ତି, ତାହାର ଏକ ତଥ୍ୟ ସୋନୁ ସେୟାର କରିଛନ୍ତି | ଗୁରୁବାର ଦିନ, ଅଭିନେତା ସୋନୁ ଏକ ଟୁଇଟ ମାଧ୍ୟମରେ ଏହା ଜଣାଇଛନ୍ତି |

ସୋନୁ ଲେଖିଛନ୍ତି, "୧୧୩୭ ମେଲ, ୧୯୦୦୦ ଫେସବୁକ ମେସେଜ, ୪୮୧୨ ଇନଷ୍ଟା ମେସେଜ ଏବଂ ୬୭୪୧ ଟ୍ୱିଟର ମେସେଜ। ଆଜି ସାହାଯ୍ୟ ପାଇଁ ମୋତେ ଏତିକି ମେସେଜ ମିଳିଛି । ହାରାହାରି ଆକଳନକୁ ଦେଖିଲେ ମୁଁ ପ୍ରତିଦିନ ସାହାଯ୍ୟ ପାଇଁ ଅନେକ ଅନୁରୋଧ ପାଇଥାଏ। ଜଣେ ମଣିଷ ଭାବରେ ସମସ୍ତଙ୍କୁ ସାହାଯ୍ୟ କରିବା ଅସମ୍ଭବ ଅଟେ | କିନ୍ତୁ ତଥାପି ମୁଁ ମୋର ଚେଷ୍ଟା କରେ। ଯଦି ଏ ଭିତରେ କାହାର ମେସେଜ ମୁଁ ଦେଖିପାରିନାହିଁ, ସେଥିପାଇଁ ମୁଁ କ୍ଷମା ଚାହୁଁଛି |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe