କରୋନା ଆକ୍ରାନ୍ତ ହୋଇ ବି ଲୋକଙ୍କୁ ସାହାଯ୍ୟ ଜାରି ରଖିଛନ୍ତି ସୋନୁ ସୁଦ୍

Advertisment
କରୋନା ଆକ୍ରାନ୍ତ ହୋଇ ବି ଲୋକଙ୍କୁ ସାହାଯ୍ୟ ଜାରି ରଖିଛନ୍ତି ସୋନୁ ସୁଦ୍

ମୁମ୍ବାଇ : କରୋନା ସଂକ୍ରମଣ ସମୟରେ ବିଭିନ୍ନ ଭାବରେ ବହୁ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ୍ ଶେଷରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ନିଜ ଟୁଇଟର ହାଣ୍ଡେଲରେ ଉଭୟ  ହିନ୍ଦୀ ଓ ଇଂଲିସ୍ ସେ ଲେଖିଛନ୍ତି- ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛି କି ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି। ମୁଁ ନିଜକୁ ସଙ୍ଗରୋଧରେ ରଖିଛି। ଚିନ୍ତାର କୌଣସି କାରଣ ନାହିଁ । ଏବେ ମୋତେ ବହୁତ ସମୟ ମିଳିବ। ମୁଁ ଆପଣମାନଙ୍କର ସମସ୍ୟା ଦୂର କରିବି। ମନେରଖନ୍ତୁ, ଯାହା ବି ସମସ୍ୟା ଆସୁ ମୁଁ ଆପଣମାନଙ୍କ ପାଖରେ ଅଛି।

ଯଦିଓ ସେ  ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି କିନ୍ତୁ ତାଙ୍କର ଫୋନ୍ ବନ୍ଦ କରି ନାହାନ୍ତି। ସୋନୁ ଟୁଇଟ୍ କରି କହିଛନ୍ତି, ମୋ ପାଖକୁ ସାହାଯ୍ୟ ଲାଗି ହଜାର ହଜାର ଫୋନ୍ ଆସୁଛି, କିଏ ହସ୍ପିଟାଲ ବେଡ୍ ପାଇଁ ତ କିଏ କିଏ ଔଷଧ ପାଇଁ ପୁଣି କିଏ ଇଂଜେନକସନ୍ ପାଇଁ ଫୋନ୍ କରୁଛନ୍ତି।  ଅନେକଙ୍କୁ ସାହାଯ୍ୟ କରୁଛି, ଅନେକଙ୍କୁ କରିପାରୁ ନାହିଁ। ଏଥିପାଇଁ ବେଳେ ବେଳେ ନିଜକୁ ଅସହାୟ ମନେ କରୁଛି ବୋଲି ସୋନୁ କହିଛନ୍ତି।

ଗତ ବର୍ଷ ଲକଡାଉନ ସମୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟ ତଥା ଘରକୁ ପହଞ୍ଚାଇବା ବ୍ୟବସ୍ଥା କରି ରାତାରାତି ଲୋକପ୍ରିୟତା ପାଇଥିଲେ ଏହି ବଲିଉଡ ଷ୍ଟାର । ଗରିବ ଲୋକଙ୍କୁ ସହାୟତା କରିଥିବା ସୋନୁକୁ ଲୋକେ ‘ରିୟଲ୍ ହିରୋ’ କହିଥିଲେ । ବଲିଉଡ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ସୋନୁ ସୁଦ ଯେତିକି ଲୋକପ୍ରିୟତା ପାଇଥିଲେ ତା’ଠାରୁ ଢେର ଅଧିକ ଲୋକପ୍ରିୟତା ଓ ପ୍ରଶଂସା ସେ କରୋନା କାଳରେ ହାସଲ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe