ଧନବାଦର ୫୦ଜଣ ଯୁବତୀଙ୍କୁ ଚାକିରି ଦେବେ ବଲିଉଡ ଅଭିନେତା ସୋନୁ ସୁଦ

ଧନବାଦର ୫୦ଜଣ ଯୁବତୀଙ୍କୁ ଚାକିରି ଦେବେ ବଲିଉଡ ଅଭିନେତା ସୋନୁ ସୁଦ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଲକଡାଉନରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ସେ ପ୍ରବାସୀ ଶ୍ରମିକଙ୍କ ସମେତ ଛାତ୍ରମାନଙ୍କୁ ମଧ୍ୟ ସାହାଯ୍ୟ କରିଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ଲକଡାଉନ୍ ଶେଷ ହେବା ପରେ ମଧ୍ୟ ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବା ଭୁଲି ନାହାନ୍ତି। ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ କ୍ରମାଗତ ଭାବରେ ସାହାଯ୍ୟ କରିବା ସହ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ସୋନୁ | ବର୍ତ୍ତମାନ ଧନବାଦର ୫୦ଜଣ ଯୁବତୀଙ୍କୁ ରୋଜଗାର ଯୋଗାଇବା ପାଇଁ ସୋନୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସୋନାମୁନି ରାଜ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଝାଡଖଣ୍ଡର ଯୁବତୀମାନଙ୍କୁ ସାହାଯ୍ୟ କରିବାକୁ ସୋନୁ ସୁଦଙ୍କୁ ନିବେଦନ କରାଯାଇଥିଲା। ଟୁଇଟରେ ଲେଖାଯାଇଥି‌ଲା ଯେ,  ଆମେ ଝାଡଖଣ୍ଡର ଧନବାଦ୍ ଜିଲ୍ଲାର ବାସିନ୍ଦା। ଲକଡାଉନ ପାଇଁ ଆମେ ଏବଂ ଆମ ଗାଁର ୫୦ଜଣ ଯୁବତୀ ଚାକିରି ହରାଇଥିଲୁ ଏବଂ ବର୍ତ୍ତମାନ ଆମେ ସମସ୍ତେ ନିଜ ଘରେ ବେକାରୀ ହୋଇ ବସିଛୁ | ଆମ ସମସ୍ତଙ୍କୁ ଚାକିରି ଦରକାର, ଆମକୁ ସାହାଯ୍ୟ କର, ତୁମେ ଆମର ଶେଷ ଆଶା | ମହିଳାଙ୍କ ନିବେଦନ ପରେ ସୋନୁ ସୁଦ ଟ୍ୱିଟ୍ କରି ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୋନୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଧନବାଦର ଏହି ୫୦ଭଉଣୀ ନିଶ୍ଚିତ ଭାବରେ ଏକ ସପ୍ତାହ ମଧ୍ୟରେ ଭଲ ଚାକିରି କରୁଥିବେ… ଏହା ମୋର ପ୍ରତିଜ୍ଞା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe