ଆନ୍ଧ୍ରପ୍ରଦେଶର ଦୁଇଟି ସ୍ଥାନରେ ସୋନୁ ସ୍ଥାପିତ କରିବେ ପ୍ରଥମ ଅକ୍ସିଜେନ ପ୍ଲାଣ୍ଟ

Advertisment
ଆନ୍ଧ୍ରପ୍ରଦେଶର ଦୁଇଟି ସ୍ଥାନରେ ସୋନୁ ସ୍ଥାପିତ କରିବେ ପ୍ରଥମ ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ସାଧାରଣ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସୋନୁ ଭାରତର ଅନେକ ରାଜ୍ୟର ହସ୍ପିଟାଲ ପାଖରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାର ଯୋଜନା ରଖିଛନ୍ତି। ସମ୍ପ୍ରତି ଖବର ଆସିଛି କି ସୋନୁ ସୁଦ ‘ଅକ୍ସିଜେନ ପ୍ଲାଣ୍ଟ’ର ବ୍ୟବସ୍ଥା ଆନ୍ଧ୍ରପ୍ରଦେଶର କୁରନୁଲ ଓ ନେଲ୍ଲୋରରେ କରିବେ। ଅଧିକରୁ ଅଧିକ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚିବା ପାଇଁ ସୋନୁ ଓ ତାଙ୍କର ଟିମ ‘କୁରନୁଲ ସରକାରୀ ହସ୍ପିଟାଲ’ ଓ ‘ଆତ୍ମାକୁର ନେଲ୍ଲୋର ଜିଲ୍ଲା’ରେ ଆକ୍ସିଜେନ ପ୍ଲାଣ୍ଟ ବସାଇବାର ପ୍ରକ୍ରିୟା ଆରମ୍ଭ କରି ଦେଲେଣି।

ସୋନୁ ସୁଦ ନିଜର ଟୁଇଟର ହ୍ୟାଣ୍ଡେଲରେ ଏହି ଘଟଣାକୁ ନେଇ ଏକ ପୋଷ୍ଟ କରି ଲେଖିଛନ୍ତି, ଏହା କହିବାକୁ ଖୁସି ଲାଗୁଛି କି ମୋର ଅକ୍ସିଜେନ ପ୍ଲାଣ୍ଟର ପ୍ରଥମ ସେଟ ଜୁନ ମାସରେ ଆନ୍ଧ୍ରପ୍ରଦେଶର କୁରନୁଲ ସରକାରୀ ହସ୍ପିଟାଲ ଓ ଜିଲ୍ଲା ହସ୍ପିଟାଲର ଆତ୍ମାକୁର ନେଲ୍ଲୋରରେ ସ୍ଥାପିତ କରାଯିବ। ଏହାପରେ ଅନ୍ୟ ଜରୁରୀ ରାଜ୍ୟମାନଙ୍କରେ ବି ଅକ୍ସିଜେନ ପ୍ଲାଣ୍ଟ ବସାଯିବ।

ନେଲ୍ଲୋର ଜିଲ୍ଲା ଆଇଏଏସ ଅଧିକାରୀ ଏସ.ରାମସୁନ୍ଦର ରେଡ୍ଡିଙ୍କ କହିବାନୁସାରେ, ପୂରା ଜିଲ୍ଲା ସୋନୁ ସୁଦଙ୍କ ସାହାଯ୍ୟ ପାଇଁ ଋଣୀ। ତାଙ୍କ ଦ୍ବାରା ସ୍ଥାପିତ କରାଯାଉଥିବା ଅକ୍ସିଜେନ ପ୍ଲାଣ୍ଟ ଦ୍ବାରା କୁରନୁଲ ସରକାରୀ ହସ୍ପିଟାଲରେ ପ୍ରତିଦିନ ୧୫୦ରୁ ୨୦୦ କୋଭିଡ ରୋଗୀଙ୍କୁ ଚିକିତ୍ସାରେ ସାହାଯ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe