ବଲିଉଡ ଅଭିନେତା ସୋନୁ ସୁଦଙ୍କ ଗାଡି ଜବତ କଲେ ନିର୍ବାଚନ ଆୟୋଗ

Advertisment
ବଲିଉଡ ଅଭିନେତା ସୋନୁ ସୁଦଙ୍କ ଗାଡି ଜବତ କଲେ ନିର୍ବାଚନ ଆୟୋଗ

photo-amarujala

ଚଣ୍ଡୀଗଡ଼: ରବିବାର ଦିନ ପଞ୍ଜାବରେ ବିଧାନସଭା ପାଇଁ ମତଦାନ ଜାରି ରହିଛି | ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ତେବେ ମୋଗାରେ ନିର୍ବାଚନ ଆୟୋଗ ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର ଜବତ କରିଛି। ସୂଚନାନୁସାରେ, ସୋନୁ ସୁଦ ମୋଗାକୁ ଯାଉଥିବାବେଳେ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ ଦିଆଯାଇଥିଲା ଯେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ସେଲିବ୍ରିଟିଙ୍କୁ ଦେଖି ଲୋକମାନେ ପ୍ରଭାବିତ ହୋଇପାରନ୍ତି। ଏହା ପରେ ନିର୍ବାଚନ ଆୟୋଗ ସୋନୁ ସୁଦଙ୍କ ଗାଡି ଜବତ କରିଛି।

ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଡ କଂଗ୍ରେସ ଟିକେଟରେ ମୋଗାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପଟେ ପଟିଆଲାର ବାବୁ ସିଂ କଲୋନୀରେ ଆଜି ଅକାଳୀ ଦଳ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ହୋଇଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ |

ଏହା ବ୍ୟତୀତ କଂଗ୍ରେସ କିଛି ବୁଥ ରିଂଗି କରିଥିବାନେଇ ବିଜେପି ଓ ଅକାଳୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି | ଏଥିସହିତ ପଟିଆଲାରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଝିଅ ଜୟନ୍ଦର କୌର ଏବଂ କଂଗ୍ରେସର ବରିଷ୍ଠ ଡେପୁଟି ମେୟର ଯୋଗେନ୍ଦ୍ର ଯୋଗୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe