ପୁଣି ମନ କିଣିଲେ ସୋନୁ ସୁଦ୍: ମସ୍କୋରେ ଫସି ରହିଥିବା ୧୦୧ଜଣ ଛାତ୍ର-ଛାତ୍ରୀଙ୍କୁ ଭାରତ ଫେରାଇ ଆଣି‌ଲେ

Advertisment
ପୁଣି ମନ କିଣିଲେ ସୋନୁ ସୁଦ୍: ମସ୍କୋରେ ଫସି ରହିଥିବା ୧୦୧ଜଣ ଛାତ୍ର-ଛାତ୍ରୀଙ୍କୁ ଭାରତ ଫେରାଇ ଆଣି‌ଲେ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗରିବଠୁ ଆରମ୍ଭ କରି ଅସହାୟ ବ୍ୟକ୍ତିଙ୍କ ପାଇଁ ସାହାରା ବନିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। କରୋନା ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ଦେଶକୁ ଲକଡାଉନ କରାଯିବା ପରେ ପ୍ରବାସୀଙ୍କୁ ବସ ଯୋଗେ ଘରକୁ ପଠାଇବା ହେଉ କି ବାହାର ଦେଶରୁ ଲୋକଙ୍କୁ ଚାଟାର୍ଡ ବିମାନ ଯୋଗେ ଆଣିବା ହେଉ, ଏଭଳି କାମ କରି ଏବେ ଦେଶବାସୀଙ୍କ ହୃଦୟରେ ରାଜ କରିବା ଆରମ୍ଭ କରିଛନ୍ତି ଅଭିନେତା ସୋନୁ। ପୂର୍ବରୁ ଜ‌ଣେ ଶ୍ରମିକଙ୍କୁ ଚାଷ କାମରେ ସାହାଯ୍ୟ କରିବା ପାଇଁ ଟ୍ରାକ୍ଟର ଉପହାରରେ ଦେଇଥିବା ସୋନୁ ଏବେ ମସ୍କୋରେ ଫସି ରହିଥିବା ତାମିଲନାଡୁ ଏବଂ ଦିଲ୍ଲୀର ୧୦୧ ଛାତ୍ର-ଛାତ୍ରୀଙ୍କୁ ଭାରତ ଫେରାଇ ଆଣିଛନ୍ତି।

Sonu Sood Emerges as the Real Superstar in Times of Crisis ... HotDeals360

ଛାତ୍ର-ଛାତ୍ରୀମାନେ ଗତକାଲି ରାତିରେ ଆସି ଏବେ ‌ହୋଟେଲରେ ସଙ୍ଗରୋଧରେ ଥିବା ଜଣା ପଡ଼ିଛି। ଫେରିଥିବା ଜଣେ ଛାତ୍ରୀ ପ୍ରିୟଦର୍ଶିନୀଙ୍କ କହିବା ମୁତାବକ, ଆମେ ମାନେ ବନ୍ଦେ ଭାରତ ମିଶନ ବିମାନରେ ଜୁଲାଇ ୩ ପାଇଁ ଟିକେଟ କରିିଥିଲେ ମଧ୍ୟ ଆମର ପାଠପଢ଼ା ଜୁଲାଇ ୬ରେ ଶେଷ ହୋଇଥିଲା, ଯାହା ପାଇଁ ଆମେ ଫେରି ପାରି ନଥିଲୁ। ଆମେ ଆସିଥିବା ଚାର୍ଟାର୍ଡ ବିମାନରେ ୨୦୦ଯାତ୍ରୀଙ୍କ ପାଇଁ ବସିବାର କ୍ଷମତା ଥିଲା | ଦିଲ୍ଲୀର ଜଣେ ଛାତ୍ରଙ୍କ ସମେତ ଆମେ କେବଳ ୧୦୧ ଛାତ୍ର ଥିଲୁ | ଆସିବା ପାଇଁ ଜଣକା ୩୩,୦୦୦ଟଙ୍କା ଟିକେଟ ପାଇଁ ଦେଇଥିଲୁ। ହେଲେ ୧୦୧ଜଣଙ୍କୁ ନେଇ ଚାର୍ଟାର୍ଡ ବିମାନ ଚଳାଚଳ କରିବ କି ନାହିଁ ସେ ନେଇ ଆମେ ନିଶ୍ଚିତ ନ ଥିଲୁ | କିନ୍ତୁ, ପରେ ଅଭିନେତା ସୋନୁ ସୁଦ ପୁରା ବିମାନ ବୁକ୍ କରିବା ପାଇଁ ବଳକା ଟଙ୍କା ଦେଇ ଆମର ଯାତ୍ରାକୁ ସଫଳ କରିଥିବା ଜାଣିବାକୁ ପାଇଲୁ | ଆଜି ତାଙ୍କର ସହଯୋଗ ପାଇଁ ଆମେ ଭାରତ ଫେରି ପାରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe