ଅକ୍ଟୋବର ୧୫ ପରେ ସ୍କୁଲ୍ ଖୋଲିବା ଲାଗି ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଜାରି କଲେ କେନ୍ଦ୍ର ସରକାର

Advertisment
ଅକ୍ଟୋବର ୧୫ ପରେ ସ୍କୁଲ୍ ଖୋଲିବା ଲାଗି ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଜାରି କଲେ କେନ୍ଦ୍ର ସରକାର

Image Courtesy of Hindustan Times

ନୂଆଦିଲ୍ଲୀ: ସ୍କୁଲ୍ ଖୋଲିବା ନିମନ୍ତେ ଆଜି ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଶିକ୍ଷାମନ୍ତ୍ରାଳୟ ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଜାରି କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ‘ନିଶଙ୍କ’ ଟୁଇଟ୍ କରି ଏ ସଂକ୍ରାନ୍ତରେ ଘୋ‌ଷଣା କରିଛନ୍ତି।

ଅକ୍ଟୋବର ୧୫ ତାରିଖ ପରେ ପର୍ଯ୍ୟାୟକ୍ରମେ ସ୍କୁଲ୍ ଖୋଲିବାକୁ କେନ୍ଦ୍ର ସରକାର ଅନ୍‌ ଲକ୍ ୫.୦ରେ ନିଷ୍ପତ୍ତି ନେଇଥିଲେ। କିନ୍ତୁ, ଏହା ବାଧ୍ୟତାମୂଳକ ନୁହେଁ ଏବଂ ଅନ୍‌ଲାଇନ୍ କ୍ଲାସ୍ ଚାଲୁ ରହିବ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ କହିଥିଲା।

ଆଜି ଜାରି ହୋଇଥିବା ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଅନୁସାରେ ସ୍କୁଲ୍ ଖୋଲିବା ନିମନ୍ତେ କର୍ତ୍ତୃପକ୍ଷମାନେ ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି।

୧. ଆସବାବ୍‌ପତ୍ର, ଉପକରଣ, ଷ୍ଟେସନାରି, ଭଣ୍ଡାର ଘର, ପାଣି ଟାଙ୍କି, ରୋଷେଇଘର, କ୍ୟାଣ୍ଟିନ୍, ୱାସ୍‌ରୁମ୍, ପରୀକ୍ଷାଗାର, ଲାଇବ୍ରେରି ସମେତ ସ୍କୁଲ୍ ପରିସରରେ ଥିବା ସବୁ ଅଞ୍ଚଳର ତନ୍ନତନ୍ନ କରି ପରିଷ୍କାର ଓ ବିଶୋଧନ କରିବା ବ୍ୟବସ୍ଥା କରିବା ସହ କୋଠରି ମଧ୍ୟକୁ ବାୟୁ ଚଳାଚଳ କରୁଛି ବୋଲି ସୁନିଶ୍ଚିତ ହୁଅନ୍ତୁ।

୨. ଉତ୍ତରଦାୟୀ ହେବା ଭଳି ଜରୁକାଳୀନ ସେବା ସହାୟତା, ସାଧାରଣ ସହାୟତା ଟିମ୍, ପରିମଳ ତଦାରଖ ଟିମ୍ ଭଳି ଟାସ୍କ୍‌ ଟିମ୍ ସ୍କୁଲ୍‌ମାନେ ଗଠନ କରିବେ।

୩. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ବାରା ଜାରି ‘ଏସ୍‌ଓପି’ ଅନୁସାରେ ସ୍କୁଲ୍‌ମାନେ ନିଜସ୍ବ ‘ଏସ୍‌ଓପି’ ପ୍ରସ୍ତୁତି କରିପାରନ୍ତି।

୪. ଶ୍ରେଣୀଗୃହ ଭିତରେ ସିଟ୍‌ ଯୋଜନା, ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ସମୟ ବ୍ୟବଧାନ ସ୍ଥିର କରିବା ବେଳେ ଶାରୀରିକ ଦୂରତ୍ବ ରକ୍ଷା ନିମନ୍ତେ ସୁନିଶ୍ଚିତ ହେବାକୁ ଦୃଷ୍ଟି ଦିଆଯିବା ଆବଶ୍ୟକ।

୫. ଶ୍ରେଣୀରେ ପାଠପଢ଼ା ସମୟରେ ମାସ୍କ୍‌ ପିନ୍ଧିବା।

୬. କୋଭିଡ୍-୧୯ ଚାଲେଞ୍ଜ୍‌ଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଗୋଷ୍ଠୀ ସଦସ୍ୟ ଏବଂ ହଷ୍ଟେଲ୍‌ କର୍ମଚାରୀଙ୍କୁ ସଚେତନ କରାଇବା ସହ ଶିକ୍ଷା ମନ୍ତ୍ରାଳୟ, ଗୃହବ୍ୟାପାର ମନ୍ତ୍ରାଳୟ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି ଗାଇଡ୍‌ଲାଇନ୍ ଆଧାରରେ ସେମାନେ ନିର୍ବାହ କରିବାକୁ ଥିବା ଭୂମିକା କଥା ଅବଗତ କରାନ୍ତୁ।

୭. ସମସ୍ତ ଶ୍ରେଣୀ ନିମନ୍ତେ, ବିଶେଷକରି ବ୍ରେକ୍ ଓ ପରୀକ୍ଷା ସମ୍ବନ୍ଧୀୟ ‘ଏକାଡେମିକ୍ କ୍ୟାଲେଣ୍ଡର୍‌’ ପରିବର୍ତ୍ତନ ନିମନ୍ତେ ଯୋଜନା କରନ୍ତୁ। ସ୍କୁଲ୍ ଖୋଲିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ବହି ପାଇଛନ୍ତି ବୋଲି ସୁନିଶ୍ଚିତ ହୁଅନ୍ତୁ।

୮. ତାଲିମପ୍ରାପ୍ତ ପୂର୍ଣ୍ଣକାଳୀନ ସ୍ବାସ୍ଥ୍ୟ ସେବକ/ନର୍ସ/ଡାକ୍ତରଙ୍କ ଉପଲବ୍ଧି ବାବଦରେ ସୁନିଶ୍ଚିତ କରନ୍ତୁ। ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିମନ୍ତେ କାଉନ୍‌ସେଲର୍‌ ବ୍ୟବସ୍ଥା କରନ୍ତୁ। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇ ପାରେ।

୯. ଅସୁସ୍ଥତା ସମୟରେ ଘରେ ରହିବାକୁ ଉଭୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଲାଗି ଉପସ୍ଥାପନ କୋହଳ ଏବଂ ଅସୁସ୍ଥତାଜନିତ ଛୁଟି ନିୟମ ବ୍ୟବସ୍ଥା କରନ୍ତୁ।

୧୦. ସନ୍ଦିଗ୍ଧ କୋଭିଡ୍-୧୯ ମାମଲା ଚିହ୍ନଟ ହେଲେ ପ୍ରୋଟକଲ୍ ଅନୁସାରେ ପଦକ୍ଷେପ ନିଅନ୍ତୁ।

୧୦. ସ୍କୁଲ୍ ଖୋଲିବାର ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ କୌଣସି ମୂଲ୍ୟାୟନ କରନ୍ତୁ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe