ସୋପିଆନ୍‌ ଏନ୍‌କାଉଣ୍ଟର:୨ ଆତଙ୍କବାଦୀ ନିପାତ

ସୋପିଆନ୍‌ ଏନ୍‌କାଉଣ୍ଟର:୨ ଆତଙ୍କବାଦୀ ନିପାତ

ଶ୍ରୀନଗର: କଶ୍ମୀରର ସୋପିଆନ୍‌ରେ ଆଜି ସେନାବାହିନୀର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଆହୁରି ୨-୩ ଜଣ ଆତଙ୍କବାଦୀ ସେନାର ଘେରାବନ୍ଦୀରେ ରହିଛନ୍ତି। ତେବେ ସ୍ଥାନୀୟ ଯୁବକମାନେ ସେନା କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରିବା ସହ ପ୍ରବଳ ପଥର ମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବାପାଇଁ ସେନାବାହିନୀ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି ଏବଂ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe