ଝାଡ଼ଖଣ୍ଡକୁ ଲୁଟିଛି ସୋରେନ ସରକାର, ଦୁର୍ନୀତିଗ୍ରସ୍ତଙ୍କୁ ନିସ୍ତାର ନାହଁ: ପ୍ରଧାନମନ୍ତ୍ରୀ

Advertisment

ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ରହିଛି ଏବଂ ଲୋକଙ୍କୁ ପ୍ରତାରଣା କରିଚାଲିଛି । ଏଭଳି ସରକାରକୁ ଜନତା ଶାସ୍ତି ଦେବେ ଏବଂ କୌଣସି ଦୁର୍ନୀତିଗ୍ରସ୍ତ ନିସ୍ତାର ପାଇବେ...

ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ରହିଛି ଏବଂ ଲୋକଙ୍କୁ ପ୍ରତାରଣା କରିଚାଲିଛି । ଏଭଳି ସରକାରକୁ ଜନତା ଶାସ୍ତି ଦେବେ ଏବଂ କୌଣସି ଦୁର୍ନୀତିଗ୍ରସ୍ତ ନିସ୍ତାର ପାଇବେ...

safssf

ରାଞ୍ଚି: ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ରହିଛି ଏବଂ ଲୋକଙ୍କୁ ପ୍ରତାରଣା କରିଚାଲିଛି । ଏଭଳି ସରକାରକୁ ଜନତା ଶାସ୍ତି ଦେବେ ଏବଂ କୌଣସି ଦୁର୍ନୀତିଗ୍ରସ୍ତ ନିସ୍ତାର ପାଇବେ ନାର୍ହି ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୋକାରୋରେ ଅନୁଷ୍ଠିତ ଏକ ରାଲିରେ କହିଛନ୍ତି।  ଝାଡ଼ଖଣ୍ଡରେ ହୋଇଥିବା ବେଆଇନ ଖଣି ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏବଂ କଂଗ୍ରେସ ମେଣ୍ଟ ଲୋକଙ୍କ ଅର୍ଥ ଲୁଟୁଛନ୍ତି ଏବଂ ରାଜ୍ୟରେ ଏହି ଦୁଇ ଦଳ ବିପୁଳ ପରିମାଣର ନଗଦ ଟଙ୍କା  ଠୁଳ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,  ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ  ବିଜେପି ମେଣ୍ଟ ରାଜ୍ୟରେ ସରକାର ଗଢ଼ିବା ପରେ ଏହି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନେ ଯେପରି କଠୋରତମ ଦଣ୍ଡ ଭୋଗିବେ ସେଥିପାଇଁ ଆମେ କୋର୍ଟରେ ଲଢ଼େଇ କରିବୁ।  

ଜେଏମ୍‌ଏମ୍‌କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ   କହିଛନ୍ତି, ‘ସେମାନଙ୍କ ନେତାମାନେ ବାଲି ଖନନ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍‌ କରୁଛନ୍ତି। ସେମାନଙ୍କଠାରୁ ନୋଟ୍‌ର ପାହାଡ଼ ଠାବ ହୋଇଛି। କେଉଁଠୁ ଆସିଲା ଏହି ନୋଟ୍? ଏହା କ’ଣ ଲୋକଙ୍କ ଟଙ୍କା ନୁହେଁ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସୋନିଆ ଗାନ୍ଧୀ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା କରିଥିଲେ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସରକାର ଏକ ଦଶନ୍ଧି ମଧ୍ୟରେ ଝାଡ଼ଖଣ୍ଡକୁ ୮୦ ହଜାର କୋଟି ଟଙ୍କା ବି ଆବଣ୍ଟନ କରିବା କଷ୍ଟକର ହେଉଥିଲା।। କିନ୍ତୁ ୨୦୧୪ ପରେ ଆପଣମାନଙ୍କ ସମର୍ଥନରେ ଆମେ ଗତ ୧୦ ବର୍ଷ ମଧ୍ୟରେ ଝାଡ଼ଖଣ୍ଡକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ରାଜ୍ୟର ପ୍ରଗତି ପାଇଁ ବିଜେପି-ଏନ୍‌ଡିଏର ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମେ ଝାଡ଼ଖଣ୍ଡ ସୃଷ୍ଟି କରିଛୁ ଏବଂ ଆମେ ଏହାର ବିକାଶ କରିବୁ। ଯେଉଁମାନେ ଏହି ରାଜ୍ୟ ଗଠନକୁ ବିରୋଧ କରିଥିଲେ ସେମାନେ କେବେ ବି ଏହାର ବିକାଶ ପାଇଁ କାମ କରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe