ବିଜେପି ଲୋକସଭା ପ୍ରାର୍ଥୀଙ୍କ ବଦଳରେ ପ୍ରଚାର କରୁଛନ୍ତି ତାଙ୍କ ପତ୍ନୀ !

Advertisment
ବିଜେପି ଲୋକସଭା ପ୍ରାର୍ଥୀଙ୍କ ବଦଳରେ  ପ୍ରଚାର କରୁଛନ୍ତି ତାଙ୍କ ପତ୍ନୀ !

photo-jansatta

କୋଲକାତା: ପଶ୍ଚିମବଙ୍ଗର ବିଷ୍ଣୁପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସାଂସଦ ସୌମିତ୍ର ଖାନ୍‌ଙ୍କୁ ନ୍ୟାୟାଳୟ ବାସନ୍ଦ କରିଛନ୍ତି। ଏଭଳି ପରିସ୍ଥିତିରେ ବିଷ୍ଣୁପୁର ଲୋକସଭା କ୍ଷେତ୍ରରେ ଥିବା ବାଙ୍କୁରାରେ ସେ ପ୍ରଚାର କରିବାକୁ ଯାଇ ପାରୁନାହାଁନ୍ତି। ସୌମିତ୍ର ଖାନ୍‌ ଜାମିନ ପାଇଛନ୍ତି, କିନ୍ତୁ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ବାଙ୍କୁରାରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏହା ବିରୁଦ୍ଧରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଏପ୍ରିଲ ୧୨ ତାରିଖରେ ହେବ।

ସୌମିତ୍ରଙ୍କ ବଦଳରେ ତାଙ୍କ ପତ୍ନୀ ସୁଜାତା ପ୍ରଚାର କରୁଛନ୍ତି ଓ ଜନତାଙ୍କୁ ସ୍ୱାମୀଙ୍କୁ ଭୋଟ୍‌ ଦେବାଲାଗି ନିବେଦନ କରୁଛନ୍ତି। ଏ ସଂପର୍କରେ ସୌମିତ୍ର ଖାନ୍‌ କରିଛନ୍ତି ଯେ ବିଜେପିର ପ୍ରାୟ ୧୦ ହଜାର କର୍ମୀ ତାଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହାର ନେତୃତ୍ୱ ନେଇଛନ୍ତି ତାଙ୍କ ପତ୍ନୀ ସୁଜାତା। ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ଅଞ୍ଚଳର ବାସିନ୍ଦା। ତୃଣମୂଳ କଂଗ୍ରେସର ଲୋକେ ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦେଇ ନିର୍ବାଚନ ନ ଲଢିବା ଲାଗି ରୋକିବାକୁ ଚେଷ୍ଟା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe