ସମଝୌତା ବିସ୍ଫୋରଣ ରାୟ ୧୪ ଯାଏ ସ୍ଥଗିତ

Advertisment
ସମଝୌତା ବିସ୍ଫୋରଣ ରାୟ ୧୪ ଯାଏ ସ୍ଥଗିତ

ନୂଆଦିଲ୍ଲୀ : ୨୦୦୭ ଫେବ୍ରୁଆରି ୧୮ ସମଝୌତା ‌ଟ୍ରେନ୍‌ ବିସ୍ଫୋରଣ ମାମଲାର ରାୟ ଆସନ୍ତା ୧୪ ତାରିଖ ଯାଏ ସ୍ଥଗିତ ରହିଛି। ପଞ୍ଚକୁଳା ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ଆଜି ଏହି ମାମଲାରେ ଜନୈକା ପାକିସ୍ତାନୀ ମହିଳା ରାହିଲା ଏଲ୍ ବକିଲ୍‌ଙ୍କ ତତ୍କାଳ ଆବେଦନକୁ ଆଧାର କରି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଚୂଡ଼ାନ୍ତ ଶୁଣାଣି ଗତ ୬ ତାରିଖ‌ରେ ସରିଥିବା ବେଳେ କୋର୍ଟ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ। କିନ୍ତୁ ଆଜି ରାହିଲା ତାଙ୍କ ନିକଟରେ ବଳିଷ୍ଠ ପ୍ରମାଣ ଥିବା ଜଣାଇବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ମାର୍ଚ୍ଚ ୧୪ରେ ରାହିଲାଙ୍କ ବୟାନ ରେକର୍ଡ କରାଯିବ ବୋଲି ଜଣାଯାଇଛି। ପାନିପତ ନିକଟରେ ‌ସମଝୌତା ଏକ୍ସପ୍ରେସ୍‌ର ଦୁଇଟି ବଗିରେ ବିସ୍ଫୋରଣ ହୋଇ ୬୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ପାକିସ୍ତାନୀ ଥିଲେ। ମାମଲାର ଚାର୍ଜସିଟ୍‌ରେ ସ୍ବାମୀ ଅସୀମାନନ୍ଦ, ଲୋକେଶ ଶର୍ମା, କମଲ ଚୌହାନ ଏବଂ ରାଜେନ୍ଦ୍ର ଚୌଧୁରୀଙ୍କ ନାମ ରଖିଛି। ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ସୁନୀଲ ଜୋଶୀକୁ ୨୦୦୭ ଡିସେମ୍ବରରେ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe