ଆଗାମୀ କିଛି ସପ୍ତାହ ସତର୍କ ରହିବା ଜରୁରୀ, ଭୟ ନକରି ଏସବୁ କାମ କରିବାକୁ କହିଲେ 'ହୁ' ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ

Advertisment
ଆଗାମୀ କିଛି ସପ୍ତାହ ସତର୍କ ରହିବା ଜରୁରୀ, ଭୟ ନକରି ଏସବୁ କାମ କରିବାକୁ କହିଲେ 'ହୁ' ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ

thenewsminute

ନୂଆଦିଲ୍ଲୀ: ଦ୍ବିତୀୟ ଲହର ପରେ ଆସିଛି ତୃତୀୟ ଲହର। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢ଼ାଇଛି ଚିନ୍ତା। କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଉପରମୁହାଁ ହୋଇଛି କରୋନା ମିଟର। ଦେଶରେ ଏବଂ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶ୍ବରେ ଏବେ ଓମିକ୍ରନ ତାଣ୍ଡବ ରଚୁଥିବା ବେଳେ ଏସମୟରେ ସତର୍କ ରହିବାକୁ କହିଛନ୍ତି 'ହୁ' ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ। ଟୁଇଟ ଯୋଗେ ସେ ଆଗାମୀ କିଛି ସପ୍ତାହ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି।

ସେ କରିଥିବା ଟୁଇଟରେ ଲେଖାଯାଇଛି‌ ଯେ, ଓମିକ୍ରନ୍ ବୃଦ୍ଧି ହେତୁ ପରବର୍ତ୍ତୀ କିଛି ସପ୍ତାହ ଗୁରୁତର ହେବ। ଅଧିକାଂଶ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଉଥିବାରୁ  ଭୟଭୀତ ନ ହୋଇ ସତର୍କ କରିବା ଆବଶ୍ୟକ। ଲକ୍ଷଣ ଦେଖଗଲେ ପରୀକ୍ଷା କରନ୍ତୁ, ନିଜକୁ ଅନ୍ୟଠୁ ଅଲଗା କରନ୍ତୁ, ଅନାବଶ୍ୟକ ଔଷଧରୁ ଦୂରେଇ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ସମ୍ଭବ ଥିଲେ ଘରୁ କାମ କରନ୍ତୁ, ଭିଡ଼ରୁ ଦୂରେଇ ରୁହନ୍ତୁ ଏବଂ ଟିକା ନନେଇଥିଲେ ଟିକା ନିଅନ୍ତୁ।

ତେବେ ଦେଖିବାକୁ ଗଲେ ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। କିଛି ଦିନ ତଳେ ୧୦ହଜାର ତଳକୁ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧ଲକ୍ଷ ପାର କରିଛି।  ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୪୧,୯୮୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୩,୬୮,୩୭୨ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe