NDTV Sports
କୋଲକାତା: ଦ୍ବିତୀୟ ଆଞ୍ଜିଓପ୍ଲାଷ୍ଟି ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ଚଳିତ ମାସରେ ଦ୍ବିତୀୟ ଥର ପାଇଁ ଜାନୁଆରି ୨୭ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ପୂର୍ବରୁ ହୃଦଘାତର ଶିକାର ହୋଇଥିବା ଗାଙ୍ଗୁଲିଙ୍କର ସମସ୍ତ ପ୍ରକାରର ପରୀକ୍ଷା କରାଯିବା ପରେ ଆଉ ଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ପରୀକ୍ଷା ପରେ ହୃତପିଣ୍ଡରେ ବ୍ଲକେଜକୁ ଦୂର କରିବା ପାଇଁ ତାଙ୍କ ଧମନୀରେ ୨ଟି ଷ୍ଟେଣ୍ଟ ଲଗାଯାଇଥିଲା। ଆଜି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ସହ କିଛି ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ କରିବାକୁ କୁହାଯାଇଛି।
India Todayଉଲ୍ଲେଖଯୋଗ୍ୟ, ଜାନୁଆରି ୪, ୨୦୨୧ରେ ନିଜ ବେହେଲାସ୍ଥିତ ବାସଭବନରେ ବ୍ୟାୟାମ ସାରିବାର ଠିକ୍ ପରେ ପରେ ହୃଦ୍ଘାତର ଶିକାର ହୋଇଥିଲେ ଗାଙ୍ଗୁଲି। ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜରୁରୀକାଳୀନ ୱାର୍ଡରେ ଆଶୁ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ଜାନୁଆରି ୨୭ରେ ତାଙ୍କ ସ୍ବାସ୍ଥ୍ୟ ପୁଣି ବିଗିଡ଼ିବା ପରେ ତାଙ୍କୁ କୋଲକାତା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
Follow Us