ପୁଣି ‌ସୌରଭ ଗ‌ାଙ୍ଗୁଲିଙ୍କର କରାଗଲା ଆଞ୍ଜିଓପ୍ଲାଷ୍ଟି, ଧମନୀରେ ଲାଗିଲା ୨ଟି ଷ୍ଟେଣ୍ଟ୍

ପୁଣି ‌ସୌରଭ ଗ‌ାଙ୍ଗୁଲିଙ୍କର କରାଗଲା ଆଞ୍ଜିଓପ୍ଲାଷ୍ଟି, ଧମନୀରେ ଲାଗିଲା ୨ଟି ଷ୍ଟେଣ୍ଟ୍

indiatoday

କୋଲକାତା: ଗତକାଲି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ପୁଣି ବିଗିଡ଼ିବା ପରେ ତାଙ୍କୁ କୋଲକାତା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଆପୋଲୋରେ ପୁଣି ଥରେ ଆଞ୍ଜିଓପ୍ଲାଷ୍ଟି କରାଯିବା ସହ ହୃତ୍‌ପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ ଧମନୀରେ ଲଗାଯାଇଥିବା ଜଣାପଡ଼ିଛି। ଏ ନେଇ ଆପୋଲୋ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ମାସରେ ଦ୍ବିତୀୟ ଥର ପାଇଁ ଜାନୁଆରି ୨୭ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ପୂର୍ବରୁ ହୃଦଘାତର ଶିକାର ହୋଇଥିବା ଗାଙ୍ଗୁଲିଙ୍କର ସମସ୍ତ ପ୍ରକାରର ପରୀକ୍ଷା କରାଯିବା ପରେ ଆଜି ଆଉ ଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ପରୀକ୍ଷା ପରେ ହୃତପିଣ୍ଡରେ ବ୍ଲକେଜକୁ ଦୂର କରିବା ପାଇଁ ତାଙ୍କ ଧମନୀରେ ୨ଟି ଷ୍ଟେଣ୍ଟ ଲଗାଯାଇଛି। ଅନ୍ୟପକ୍ଷରେ ଡାକ୍ତରଖାନାରେ ପହଞ୍ଚି ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

publive-image gulftoday.ae

ଉଲ୍ଲେଖଯୋଗ୍ୟ, ଜାନୁଆରି ୪, ୨୦୨୧ରେ ନିଜ ବେହେଲାସ୍ଥିତ ବାସଭବନରେ ବ୍ୟାୟାମ ସାରିବାର ଠିକ୍ ପରେ ପରେ ହୃଦ୍‌ଘାତର ଶିକାର ହୋଇଥିଲେ ଗାଙ୍ଗୁଲି। ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜରୁରୀକାଳୀନ ୱାର୍ଡରେ ଆଶୁ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe